ଶେଷ ପର୍ଯ୍ୟାୟରେ ରାଜଧାନୀର ସୌନ୍ଦର୍ଯ୍ୟକରଣ କାମ; ଟିମ୍ ଭୁବନେଶ୍ୱରକୁ ସମସ୍ତ ଶ୍ରେୟଦେଲେ ବିଏମସି ମେୟର୍
12/01/2023 at 10:59 PM

ଭୁବନେଶ୍ୱର ୧୨/୦୧: ରାତି ପାହିଲେ ହକି ବିଶ୍ଵକପ। ଏହାପୂର୍ବରୁ ଭୁବନେଶ୍ୱର ସୋନ୍ଦର୍ଯ୍ୟକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମେୟର ସୁଲଚନା ଦାସ କହିଛନ୍ତି। ଏହାସହିତ ସୋନ୍ଦର୍ଯ୍ୟକରଣକୁ ନେଇ ଭୁବନେଶ୍ୱରବାସୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଏବଂ ଘରକୁ ଘର ବୁଲି ସଫେଇ କାର୍ଯ୍ୟକ୍ରମ ନିରନ୍ତର ଚାଲିବ। ଗୁରୁବାର ରାତି ଶେଷ ସୁଦ୍ଧା ବଳକା ଥିବା ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବ। ମୁକୁଳା ଥିବା ସମସ୍ତ ଡ୍ରେନକୁ ବନ୍ଦ କରିବା ସହ ଭୁବନେଶ୍ୱର ଗଳିକନ୍ଦିରେ ବିଭିନ୍ନ ଉନ୍ନତି କରାଯିବ ବୋଲି ମେୟର କହିଛନ୍ତି।
ଉଭୟ ବିଏମସି ମେୟର ଓ କମିଶନର ଏହାର ସମସ୍ତ ଶ୍ରେୟ ଟିମ୍ ଭୁବନେଶ୍ୱରକୁ ଦେଇଛନ୍ତି। ଏହି ଟିମରେ ବିଏମସି ସହ ବିଡିଏ, ସ୍ମାର୍ଟସିଟି, ଜାତୀୟ ରାଜପଥ ପ୍ରାଧିକରଣ, ଟାଟା ପାୱାର, ୱାଟକୋ ତଥା ବିଭିନ୍ନ ସଫେଇ କର୍ମଚାରୀ ଓ ଶିଳ୍ପୀମାନଙ୍କୁ ରଖାଯାଇଛି। ଭୁବନେଶ୍ୱରବାସୀ ଏହାମଧ୍ୟରେ ସମସ୍ତ ସହଯୋଗ କରିଛନ୍ତି। ଏଣୁ ଭୁବନେଶ୍ୱରବାସୀଙ୍କୁ ବିଏମସି ମେୟର ଓ କମିଶନର ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଟିମ୍ ଭୁବନେଶ୍ୱର ଦ୍ଵାରା ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଭିଡିଓ ଓ ପିପିଟି ମଧ୍ୟରେ ଦର୍ଶାଇଛି ବିଏମସି।