‘ବିଟିଂ ଦ ରିଟ୍ରିଟ୍’ ସମାରୋହ, ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ସୈନ୍ୟ ବ୍ୟାଣ୍ଡ୍
29/01/2023 at 8:08 PM

ନୂଆଦିଲ୍ଳୀ, ୨୯/୦୧: ଗଣତନ୍ତ୍ର ଦିବସ ସମାରୋହର ସମାପନ ହୋଇଛି। ରବିବାର ‘ବିଟିଂ ଦ ରିଟ୍ରିଟ୍’ ସମାରୋହ ସହ ଗଣତନ୍ତ୍ର ଦିବସର ଓୗପଚାରିକ ଭାବରେ ଉଦାଯାପନୀ ହୋଇଛି। ରାଜଧାନୀ ଦିଲ୍ଳୀର ବିଜୟ ଚୌକରେ ଭବ୍ୟ ଆୟୋଜନ କରାଯାଇଥିଲା। ଉଦଯାପନୀ ଉତ୍ସବରେ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସାମିଲ୍ ହୋଇଥିଲେ। ରାଜଧାନୀ ଦିଲ୍ଳୀରେ ବର୍ଷା ମଧ୍ୟରେ ବି ବିଟିଂ ଦ ରିଟ୍ରିଟ୍ ସମାରୋହରେ ସୈନ୍ୟ ବ୍ୟାଣ୍ଡ୍ ଦର୍ଶକଙ୍କ ମନ୍ତ୍ରମୁଗ୍ଧ କରିଥିଲା।
ବିଟିଂ ଦ ରିଟ୍ରିଟ୍’ ସମାରୋହ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଧ୍ବନି ପରିବେଷଣ ହୋଇଥାଏ। ବିଜୟ ଚୌକରେ ଭବ୍ୟ କାର୍ଯ୍ୟକ୍ରମ ସମୟରେ ନର୍ଥ ବ୍ଲକ୍ ଏବଂ ସାଉଥ୍ ବ୍ଲକ୍କୁ ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗ ଲାଇଟ୍ରେ ଭିନ୍ନ ଭିନ୍ନ ଆକୃତି ପ୍ରଦର୍ଶିତ ହୋଇଥିଲା। ଚଳିତ ବର୍ଷ ଶାସ୍ତ୍ରୀୟ ସଙ୍ଗୀତ ତାଳରେ ବ୍ୟାଣ୍ଡ୍ ପରିବେଷଣ ହୋଇଥିଲା ଯାହାକି ମୁଖ୍ୟ ଆକର୍ଷଣ ଥିଲା। ‘ବିଟିଂ ଦ ରିଟ୍ରିଟ୍’ରେ ସମୟରେ ୩,୫୦୦ ସ୍ବଦେଶୀ ଡ୍ରୋନ୍ ସାମିଲ ହୋଇଥିଲେ।’ ନୌସେନା ବ୍ୟାଣ୍ଡ୍ ସମାରୋହରେ ‘ଏକଲା ଚଲୋ ରେ’ ଧ୍ବନିରେ ସଙ୍ଗୀତ ପରିବେଷଣ କରିଥିଲେ।

ସୂଚନାଯୋଗ୍ୟ, ବିଟିଂ ଦ ରିଟ୍ରିଟ୍ ସମାରୋହ ଗଣତନ୍ତ୍ର ଦିବସ ସମାରୋହର ଔପଚାରିକ ସମାପାନର ପ୍ରତୀକ। ଭାରତୀୟ ସେନା, ନୌସେନା, ବାୟୁ ସେନ ଏବଂ ରାଜ୍ୟ ପୋଲିସ୍ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବଳ(ସିଏପିଏଫ୍)ର ସଙ୍ଗୀତ ବ୍ୟାଣ୍ଡ୍ ଦ୍ବାରା ୨୯ ମନୋରମ ଧ୍ବନି ପରିବେଷଣ କରାଯାଇଥିଲା।