ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା; ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ୱନ କଲା ଶିକ୍ଷା ବିଭାଗ

Published By : Prameya-News7 Bureau | August 26, 2022 IST

ମୋହନା ୨୬/୦୮: ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଡେଙ୍ଗାସ୍ଖାଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ  ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣା। ଲୁଦିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଜଗଦୀଶ୍ଵର ବେହେରା ମଦ ପିଇ ଜୋରଜବରଦସ୍ତ ସ୍କୁଲ୍‌ରେ  ପଶି ୨୦  ଜଣ ଛାତ୍ରଛାତ୍ରୀଙ୍କୁ ମାରି ଲହୁଲୁହାଣ କରିଥିଲେ। ଏନେଇ ଗୁରୁବାର ଡେଙ୍ଗାସ୍ଖାଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ବାରୁଆ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କୁ ଶୁକ୍ରବାର ନୋଟିସ୍ ଜାରି କରାଯାଇଛି l

ଅନ୍ୟପଟେ ଜ଼ିଲ୍ଲା ଶିକ୍ଷା ବିଭାଗ ମଧ୍ୟ ଶିକ୍ଷକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ଜିଲ୍ଲା ଶିକ୍ଷାଅଧିକାରୀ ପ୍ରୋଦୋଷ ନାୟକଙ୍କ ନିର୍ଦ୍ଦେଶରେ ଶିକ୍ଷା ବିଭାଗର ଚିଠି ସଂଖ୍ୟା ୨୦୧୫/୨୨ ରେ ଶିକ୍ଷକ ଜଗଦୀଶ୍ଵର ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି l ଏନେଇ ମୋହନା ଗୋଷ୍ଠୀ ଶିକ୍ଷାଅଧିକାରୀ ଦେବଦାସ ତାମରାପୁ ସୂଚନା ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.