ଭୁବନ ୨୩/୦୨: ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଜଙ୍ଗଲୀ ଜନ୍ତୁ । ହାତୀ, ଭାଲୁ ଓ ବାଘ ଗାଁ ମୁହାଁ ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଭାଲୁ ଆସି ଗାଁରେ ବୁଲୁଥିବାର ନଜର ଆସିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନ ବନାଞ୍ଚଳ ଅଧିନ ଦମକଳବାହିନୀ କେନ୍ଦ୍ରରେ ।
ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ଭାଲୁ ଖାଦ୍ୟ ଅନ୍ୱେଷଣରେ ଦମକଳବାହିନୀ କେନ୍ଦ୍ରରେ ପସିଥିଲା । ଭାଲୁଟିକୁ ଦେଖି ଦମକଳବାହିନୀ କର୍ମଚାରୀ ଆତଙ୍କିତ ହୋଇଥିବା ଜଣାପଡିଛି । ଭୁବନ ବନାଞ୍ଚଳରେ ଥିବା ଭାରତୀ ପାହାଡରୁ ବାହାରି ଜାତୀୟ ରାଜପଥ ୫୩ ପାର ହୋଇ ଭୁବନକୁ ପସି ଆସି ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥାଆନ୍ତି ।
ତେବେ ଦିନକୁ ଦିନ ଭୁବନ ସହରରେ ଭାଲୁ ଆସୁଥିବା ଦେଖାଦେଇଛି । କିନ୍ତୁ କେବେ ଲୋକମାନଙ୍କୁ ଆକ୍ରମଣ କରୁନଥିବା ଜଣାପଡିଛି । ଏହା ପୂର୍ବରୁ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା ।
you can also read....
wp:embed {"url":"https://www.prameyanews7.com/two-villagers-were-killed-on-suspicion-of-being-a-police-informer/","type":"wp-embed","providerNameSlug":"prameya-news-7"} /wp:embed