ନୀଳଗିରିରେ ବିଛାଯାଇଥିବା ଜାଲରେ ପଡିଛି ଜଙ୍ଗଲୀ ଭାଲୁ ; ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ ଜାରି
26/10/2018 at 11:05 AM

ବାଲେଶ୍ବର ୨୬|୧୦: ନୀଳଗିରି ସ୍ବର୍ଣ୍ଣଚୂଡ ସଂରକ୍ଷିତ ଜଂଗଲ ନିକଟରେ ଆଜି ସକାଳୁ ଶିକାରୀ ଫାସରେ ଭାଲୁଟିଏ ଫସିରହିଛି । ଶିକାର ପାଇଁ ବିଛାଯାଇଥିବା ଜାଲରେ ଜଙ୍ଗଲୀ ଭାଲୁ ପଡିଯାଇଛି । ଭାଲୁଟିଏ ଜଙ୍ଗଲକୁ ଫେରିବା ସମୟରେ ଫାଶରେ ପଡିଯାଇଥିଲା । ପଶୁ ଶିକାର ପାଇଁ ଜାଲ ବିଛାଇଥିଲେ ଶିକାରୀ । ଭାଲୁକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି । ହୋଇପଡିଛନ୍ତି। ନୀଳଗିରି ଓ କୁଲଡିହା ବନବିଭାଗର କର୍ମଚାରୀ ମାନେ ଭାଲୁଟିକୁ ଜଗି ରହିଛନ୍ତି । ତେବେ ଶିମିଳିପାଳରୁ ବିଶେଷଜ୍ଞ ଦଳ ପହଞ୍ଚିବା ପରେ ଭାଲୁଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡି ଦିଆଯିବବୋଲି ସୂଚନା ମିଳିଛି ।
Related Posts
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023