ପୁଣି ଫାଶରେ ପଡିଲା ଭାଲୁ ; ଉଦ୍ଧାର ପାଇଁ ବନବିଭଗର ଉଦ୍ୟମ

Published By : Prameya-News7 Bureau | November 30, 2018 IST

ନୀଳଗିରି ୩୦|୧୧:  ପୁଣି ଫାଶରେ ପଡିଲା ଭାଲୁ । ବାଲେଶ୍ବର ଜିଲ୍ଲା ନୀଳଗିରି କାଠଗୋଛି ଗାଁରେ ଏକ ଭାଲୁ ଫାସରେ ପଡିଥିବା ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ତିନୋଟି ଭାଲୁ ଜଙ୍ଗଲକୁ ଫେରିବା ସମୟରେ ଶିକାରୀ ପକାଇଥିବା ଫାଶରେ ଏକ ଛୁଆ ଭାଲୁଟିଏ ପଡିଯାଇଥିଲା । କଷ୍ଟରେ ଭାଲୁଟି ଚିତ୍କାର କରୁଥିବା ବେଳେ ତାକୁ ଦେଖି ଲୋକଙ୍କ ସମାଗମ ହୋଇଥିଲା । ଖବର ପାଇ ବନବିଭାଗ ଭାଲୁକୁ ଜଗି ରହିଥିବା ବେଳେ ଟ୍ରାଙ୍କୁଲାଇଜର ଟିମ୍ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.