ବାଲେଶ୍ବର ନୀଳଗିରି ଅଞ୍ଚଳର ବାରହା ଫାଶରେ ପଡି ଛଟପଟ ହେଉଛି ଭାଲୁ
9/11/2018 at 9:47 AM

ବାଲେଶ୍ବର ୯|୧୧: ବାରହା ଫାଶରେ ପଡି ଛଟପଟ ହେଉଛି ଭାଲୁ । ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ଅଞ୍ଚଳର ଶାଳବଣି ଗାଁରେ ଭାଲୁଟି ଫାଶରେ ଫସି ଯାଇଛି । ଧାନ ଫସଲର ସୁରକ୍ଷା ପାଇଁ ଗାଁ ଲୋକେ ବାରହା ପାଇଁ ବସାଇଥିବା ଫାଶରେ ଭାଲୁଟି ପଡିଯାଇଥିଲା । ଫାଶରୁ ବାହାରିବା ପାଇଁ ଭାଲୁଟି ପୁରା ଜୋର ଲଗାଇ ଚେଷ୍ଟା କରୁଛି । ଭାଲୁର ଚିତ୍କାର ଶୁଣି ଗାଁ ଲୋକ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଞ୍ଚି ଭାଲୁକୁ ଜଗି ରହିଛି । ପରିସ୍ଥିତି ଅନୁଧ୍ୟାନ ପରେ ଟ୍ରାଙ୍କୁଲାଇଜର ଟିମ୍ ଡକାଇ ଭାଲୁକୁ କାବୁ କରାଯିବ ବୋଲି ଜଣାଯାଇଛି ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023