Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଭାଲୁ ଉଦ୍ଧାର, ଆମ୍ୱ ଓ ପଣସ ଖାଇବାକୁ ଆସି କୂଅରେ ଫସିଥିଲା

1/07/2022 at 4:44 PM

କେନ୍ଦୁଝର ୦୧/୦୭: କେନ୍ଦୁଝରରେ ଆମ୍ବ ପଣସ ଖାଇବାକୁ ଆସି କୂଅରେ ଫସିଲା ବିରାଟକାୟ ଜଙ୍ଗଲି ଭାଲୁ । ଚାରି ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର କରାଗଲା । ସଦର ରେଞ୍ଜର ଅମ୍ପୁଆପଶି ଗାର ବରିଷ୍ଠ ଆଇନଜୀବୀ ଚର୍ତୁଭୂଜ ହୋତାଙ୍କର ଫାର୍ମ ହାଉସର ଏକ କୂଅରେ ଆଜି ସକାଳୁ ସକାଳୁ ଏକ ବିରାଟକାୟ ଜଙ୍ଗଲୀ ଭାଲୁ ପଡି ଗର୍ଜନ ତର୍ଜନ କରୁଥିବା ଦେଖିବାକୁ ମିଳିଥିଲା ।

ଫାର୍ମ ହାଉସରେ ପ୍ରଚୁର ପରିମାଣର ପାଚିଲା ପଣସ, ଆମ୍ବ ଓ ସପୁରୀ ଆଦି ଭର୍ତ୍ତି ହୋଇଥିବାରୁ ତାଙ୍କୁ ଖାଇବାକୁ ଭାଲୁଟି ପାଚେରୀ ଡେଇ ଭିତରକୁ ପଶିଥିଲା । କୂଅ ଭିତରେ ଖସି ପଡିଥିଲା । ଖବର ପାଇ ବନ ବିଭାଗ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ପରେ କୂଅ ଭିତରେ ଶିଢୀ ପକାଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଭାଲୁଟି ଥକି ଯାଇ ଅସୁସ୍ଥି ଅନୁଭବ କରୁଥିଲା, ତେଣୁ ତା ଉପରେ କିଛି ପାଣି ଛିଞ୍ଚିବା ପରେ ସୁସ୍ଥ ଅନୁଭବ କରି ଚଳଚଞ୍ଚଳ ହୋଇ ଉଠିଥିଲା । ଭାଲୁଟି ଶିଢି ସାହାଯ୍ୟରେ ଆରମରେ ଉପରକୁ ଉଠିଆସି ଜଙ୍ଗଲକୁ ଚାଲିଯାଇଥିଲା ।

   Related Posts