ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ, ଖାଦ୍ୟ ଆଶାରେ ଆସି ଖସି ପଡିଥିଲା କୂଅରେ

Published By : Prameya-News7 Bureau | May 15, 2023 IST

ଆଠମଲ୍ଲିକ ୧୫/୦୫: କୁଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ । ଉଦ୍ଧାର ପରେ ତାକୁ ଜଙ୍ଗଲରେ ଭର୍ତ୍ତି କରାଯାଇଛି । ଅନୁଗୁଳ ଜିଲ୍ଲାର ବାମୁର ବାନାଞ୍ଚଳର ଖଇରମୁଣ୍ଡାରେ ଘଟିଛି ଘଟଣା ।

ଗାଁର ସୁବାସ ଧଳଙ୍କ ବାଡ଼ି କୂଅରେ ଗତ ରାତିରେ ଏକ ଜଙ୍ଗଲୀ ଭାଲୁ କୂଅରେ ପଡି ଯାଇଥିଲା । ଗ୍ରାମବାସୀ ବନ ବିଭାଗକୁ ଆଜି ଖବର ଦେବା ପରେ ବିଭାଗ ଆସି ଭାଲୁଟିକୁ ଉଦ୍ଧାର କରିଛି । ଭାଲୁଟି ସୁସ୍ଥ ଥିବାରୁ ତାକୁ ଜଙ୍ଗଲରେ ଛାଡି ଦିଆଯାଇଛି ।

କିଛି ଦିନ ହେଲାଣି ଏଠାରେ ଭାଲୁ ଉପଦ୍ରବ ବୃଦ୍ଧିପାଇଛି । ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । କୁହାଯାଉଛି କି, ପାଣି ଓ ଖାଦ୍ୟ ଆଶାରେ ଭାଲୁ ମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ଏପରିକି ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ ବି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.