ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ, ସଂସ୍ପର୍ଶରେ ଆସି ଭାଲୁ ମୃତ

4/07/2022 at 10:29 AM

ବୌଦ୍ଧ ୪: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲୀ ଜନ୍ତୁ ଶିକାର ବଢ଼ିବାରେ ଲାଗିଲାଣି । ଶିକାରୀଙ୍କ ହାତରେ କେତେବେଳେ ହାତୀ ମରୁଛି ତ ଆଉ କେତେବେଳେ ବାରହା । ସୋମବାର ଶିକାରୀଙ୍କ ହାତରେ ପୁଣି ଗୋଟିଏ ଜଙ୍ଗଲୀ ଭାଲୁର ଜୀବନ ଯାଇଛି ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ  ବାରହା ମାରିବାକୁ ଦୁର୍ବୃତ୍ତମାନେ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏଯାଏଁ କିନ୍ତୁ ବନ ବିଭାଗର ବାବୁମାନେ ପହଞ୍ଚିନାହାନ୍ତି । କେବଳ ଏହି ଘଟଣା ନୁହେଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ଭାବରେ ବାରହା ଏବଂ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁଙ୍କ ସହ ହାତୀ ଦାନ୍ତ ପାଇଁ ହାତୀକୁ ହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି ।

ଗତ ମାସରେ ଏକ ସପ୍ତାହ ମଧ୍ୟରେ ବୌଦ୍ଧ ରେଞ୍ଜରେ ଦୁଇ ଦୁଇଟି ହାତୀ ଶିକାର ହେବା ନଜର ଆସିଥିଲା । ସେହି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ରେଞ୍ଜର,  ଫରେଷ୍ଟର ଓ ଗାର୍ଡକୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ହେଲେ ଜିଲ୍ଲାରେ ଏଯାଏଁ ଜନ୍ତୁ ଶିକାର କମିନାହିଁ । ଜଙ୍ଗଲ ଏବଂ ଜଙ୍ଗଲୀ ଜନ୍ତୁଙ୍କ ସୁରକ୍ଷା ପାଇଁ ନିଯୁକ୍ତି ପାଇଥିବା ବନ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନୀତି ଏବଂ ଦୁର୍ନୀତିଖୋର ମନୋବୃତ୍ତି ଯୋଗୁଁ ଗୋଟିଏ ପରେ ଗୋଟିଏ ଜଙ୍ଗଲୀ ଜନ୍ତୁ ଅକାରଣେ ପ୍ରାଣ ହରାଉଛନ୍ତି ।

   Related Posts