କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ବାଡିରେ ପଶିଲା ଭାଲୁ, ତୀକ୍ଷ୍ନ ନଜର ରଖିଛି ବନବିଭାଗ

Published By : Prameya-News7 Bureau | August 26, 2020 IST

ନୀଳଗିରି ୨୬।୮: କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ବାଡିରେ ଭାଲୁ ପସିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋପୀନାଥପୁର ଶାସନ ସ୍ଥିତ ଘର ବାଡିରେ ଭାଲୁଟି ପସିଥିବାର ଜଣାପଡିଛି ।

{"id":320411,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ଭୋର ସମୟରେ ଭାଲୁ ପଲ ଜଙ୍ଗଲକୁ ପଳାଇଥିବା ବେଳେ ସେହି ପଲରୁ ଗୋଟିଏ ଭାଲୁ ରହିଯାଇଥିଲା । ପ୍ରଥମେ ଗୋପୀନାଥପୁର ଶାସନର ପରମାନନ୍ଦ ପତିଙ୍କ ବାଡ଼ିରେ ରହିଥିଲା । ତାପରେ ଭାଲୁଟି ଯାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡଙ୍ଗୀଙ୍କ ବାଡ଼ିରେ ପସିଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଭାଲୁଟି ବୁଦା ମୂଳରେ ଲୁଚିରହିବା ପରେ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲା ।

{"id":320412,"sizeSlug":"large"}

ଖବର ପାଇ ବନବିଭାଗ ଭାଲୁଟି କାଳେ ଗାଁ କିମ୍ବା କାହା ଘରେ ପଶି କ୍ଷତି ଘଟାଇବ ସେଥିପାଇଁ ଜଗି ରହିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ଲୋକ ଭୟରେ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.