କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27/01/2023 at 11:51 AM

ଟାଙ୍ଗୀ ୨୭/୦୧: କୂଅରେ ଗଳି ପଡିଥିଲା ଗାଢ ଭାଲୁ । ଜୀବନ୍ତ ଅବସ୍ଥାରେ ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନ ବିଭାଗ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଫରେଷ୍ଟ ବିଟ୍ ହାଉସ ନିକଟସ୍ଥ ନିରାକାରପୁର-କାଶିପୁର ଗାଁର ଜଣେ ବ୍ୟକ୍ତିଙ୍କ କୂଅରେ ପଡିଥିଲା ଏକ ଭାଲୁ ।
ଖବର ପାଇ ଟାଙ୍ଗୀ-ଭୁଷଣ୍ଡପୁର ବନ ବିଭାଗର ଏକ ଟିମ୍ ଏବଂ ଟାଙ୍ଗୀ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କୂଅରୁ ଗାଢ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ଡାକ୍ତରୀ ପରୀକ୍ଷା କରିବା ପରେ ନିକଟସ୍ଥ ଜଙ୍ଗଲରେ ଉକ୍ତ ଗାଢ ଭାଲୁ କୁ ଛାଡି ଦିଆଯାଇଛି ବୋଲି ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023