Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

କୂଅ ଭିତରେ ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଖସିପଡିଲା

5/07/2022 at 11:31 AM

ଯାଜପୁର ୦୫/୦୭: କୂଅ ଭିତରେ ଭାଲୁ । ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ଆସି ଗଭୀର କୂଅ ଭିତରେ ଗଳି ପଡ଼ିଲା ଭାଲୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗ୍ରାମରେ ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଏକ ଭାଲୁ ସୁକିନ୍ଦା ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ସଂସାଇଲୋ ନୂଆସାହି ଗାଁ ଆଡକୁ ଚାଲି ଆସିଥିଲା । ଗାଁରେ ବୁଲାବୁଲି କରୁଥିବା ସମୟରେ ଗାଁର ରାଘବ ମହାନ୍ତଙ୍କ ବାଡ଼ିରେ ଥିବା ଏକ ଗଭୀର କୂଅ ମଧ୍ୟରେ ଭାଲୁଟି ଖସି ପଡ଼ିଥିଲା ।

ତେବେ ଆଜି ସକାଳୁ ରାଘବ ମହାନ୍ତଙ୍କ ପରିବାର ଲୋକେ କୂଅରେ ଭାଲୁ ପଡ଼ିଥିବା ଦେଖି ସୁକିନ୍ଦା ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ସେଠାରେ ପହଞ୍ଚି ଭାଲୁ ଟିକୁ ଗଭୀର କୂଅ ମଧ୍ୟରୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି।

   Related Posts