୪ ଦିନ ହେଲା ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ସନ୍ଧ୍ୟା ହେଲେ ଭୟରେ ପଡିଯାଉଛି ତାଟିକବାଟ

Published By : Prameya-News7 Bureau | August 22, 2021 IST

ଯାଜପୁର ରୋଡ,୨୨/୦୮: ଯାଜପୁରରେ ଭାଲୁ ଆତଙ୍କ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି  ।

ସୂଚନା ଅନୁସାରେ ଗତ ୩/୪ ହେବ ରାତି ପାଖାପାଖି ୮ ପରେ ଏକ ଭାଲୁ ଗାଁ ଦାଣ୍ଡରେ ବୁଲୁଥିବା ଦେଖିବାକୁ ମିଳୁଛି । ଭୟରେ ସନ୍ଧ୍ୟା ହେଲେ  ଘରେ ଘରେ ତାଟି କବାଟ ପଡିଯାଉଛି। ଖାଦ୍ୟ ଅନ୍ୱେଷଣରେ ଭାଲୁଟି ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ଗାଁର କିଛି ଯୁବକ ଭାଲୁ ବୁଲୁଥିବାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏ ବିଷୟରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଛି । ତେବେ ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଭାଲୁକୁ ଧରି ଅନ୍ୟତ୍ର ଜଙ୍ଗଲରେ ଛାଡିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.