ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗୋଡଫୁଲା ଗ୍ରାମରେ ଭାଲୁ ଆତଙ୍କ, ମାଆ-ଛୁଆ ଭାଲୁ ପଶି ଆସିଥିବା ସୂଚନା

29/09/2022 at 10:48 PM

ନୂଆପଡ଼ା,୨୯।୯: ସଦର ବ୍ଳକ ଗୋଡଫୁଲା ଗାଁର ଅଧିକ ମାଝୀଙ୍କ ଘରବାରିରେ ମା ଓ ଛୁଆ ଭାଲୁ ପଶିଥିବା ଜଣାପଡ଼ିଛି । ଦୁଇ ଭାଲୁ ଗାଁ ମୁଣ୍ଡରେ ଆତଙ୍କ ଖେଳାଇଛନ୍ତି । ସକାଳେ ସଦର ବ୍ଳକ ଗୋଡଫୁଲା ଗାଁକୁ ମାଆ ଓ ଛୁଆ ଭାଲୁ ପଶି ଆସିଥିଲେ । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ । ଅପରାହ୍ନ ୩ ଟାରେ ଗାଁର ଅଧିକ ମାଝୀଙ୍କ ଘରବାରୀକୁ ପଶି ଯାଇଥିଲା । ସେଠାରେ ୨ ଘଣ୍ଟା ରହିବା ପରେ ଘରବାରିରୁ ବାହାରିଥିଲେ । ଏବେ ଗାଁ ମୁଣ୍ଡରେ ଦୁଇ ଭାଲୁ ଆତଙ୍କ ଖେଳାଉଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବନ ବିଭାଗ ପହଂଚି ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗାଁ ନିକଟ ସାଲିହା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଦୁଇ ଭାଲୁ ଗାଁକୁ ପଶିଥିବା ଲୋକେ କହିଛନ୍ତି ।

   Related Posts