ସହର ମଧ୍ୟରେ ବୁଲୁଛି ଜଙ୍ଗଲୀ ଭାଲୁ, ଲୋକେ ଆତଙ୍କିତ

Published By : Prameya-News7 Bureau | August 31, 2022 IST

କଳାହାଣ୍ଡି,୩୧/୦୮: ସହର ମଧ୍ୟରେ ବୁଲୁଛି ଜଙ୍ଗଲୀ ଭାଲୁ । କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ମଧ୍ୟରେ ଥିବା କୁମ୍ଭାରପଡ଼ା ଠାରେ ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଏହା ଦେଖି ସହରରେ ଆତଙ୍କ ଖେଳି ଯାଇଛି । ଗତକିଛି ଦିନ ତଳେ ଏକ ଜଙ୍ଗଲୀ ଭାଲୁ ସହର ଭିତରକୁ ପଶି ଅନେକ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଅନେକ ଲୋକ ଆହତ ହେଇଥିଲେ । ଦୀର୍ଘ ଆଠଘଣ୍ଟାର ପରିଶ୍ରମ ପରେ ବନ ବିଭାଗ ସେହି ଭାଲୁକୁ କାବୁ କରିବାରେ ସଫଳ ହେଲେ । ବର୍ତ୍ତମାନ ପୁଣିଥରେ ଏକ ଭାଲୁ ବୁଲୁଥିବାର ଦେଖିବା ପରେ ସହରରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.