ନୂଆପଡା କଲେଜ ପରିସରରେ ପୁଣି ପସିଲେ ଭାଲୁ, ଲୋକେ ଭୟଭୀତ

Published By : Prameya-News7 Bureau | January 10, 2020 IST

ନୂଆପଡା ୧୦।୧: ନୂଆପଡା କଲେଜରେ ପୁଣି ଭାଲୁ ଆତଙ୍କ । କିଛିଦିନ ହେବ ନୂଆପଡା ନ୍ୟାସନାଲ କଲେଜରେ ଭାଲୁ ଆତଙ୍କ ଲାଗି ରହିଛି । କଲେଜ ପଛପଟେ ଥିବା ଅର୍ବାନ୍ ପ୍ଲାଣ୍ଟେସନ ଅଞ୍ଚଳରେ ୩ଟି ଭାଲୁ ରହୁଛନ୍ତି । ଅନେକ ସମୟରେ ଏମାନେ ବାହାରକୁ ଚାଲି ଆସୁଛନ୍ତି । କୋହଳା ପାଗ ପାଇଁ ଭାଲୁମାନେ ଦିନବେଳା ମଧ୍ୟ ବାହାରକୁ ଚାଲି ଆସୁଛନ୍ତି ।

{"id":209273,"sizeSlug":"large"}

ଏହାସହ କଲେଜ ପରିସରରେ ଉଇହୁଙ୍କା ଓ ବରକୋଳି ଗଛ ଥିବାରୁ ଖାଦ୍ୟ ପାଇଁ ଭାଲୁ ଚାଲି ଆସୁଥିବା ସ୍ଥାନୀୟ ବନ ବିଭାଗ କହୁଛି । ଭାଲୁ ପାଇଁ କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

{"id":209274,"sizeSlug":"large"}

ଗତକାଲି ସନ୍ଧ୍ୟା ସମୟରେ ପୁଣି ଭାଲୁମାନଙ୍କୁ ଦେଖି କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ । ବନ ବିଭାଗକୁ ଖବର ଦେବାପରେ କର୍ମଚାରୀ ସେଠାରେ ପହଞ୍ଚି ଭାଲୁକୁ ଘଉଡାଇଛନ୍ତି । ତେବେ ପ୍ଲାଣ୍ଟେସନ ଅଞ୍ଚଳରୁ ଭାଲୁ କୁଆଡେ ନଯାଇ ତା ଭିତରେ ଲୁଚି ରହୁଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.