ଥାନା ପଛପଟେ ଭାଲୁ ଆତଙ୍କ, କାବୁ କରିବାକୁ ଚେଷ୍ଟା କରୁଛି ବନ ବିଭାଗ

Published By : Prameya-News7 Bureau | June 01, 2022 IST

ପଦ୍ମପୁର ୧।୬: ବରଗଡ ଜିଲ୍ଲା ମେଲଛାମୁଣ୍ଡା ଥାନା ପଛପଟେ ଭାଲୁ ଆତଙ୍କ । ପଦ୍ମପୁର ଉପଖଣ୍ଡ ଘେଁଷ ରେଂଜ ଅନ୍ତର୍ଗତ ମେଲଛାମୁଣ୍ଡା ଅଞ୍ଚଳରେ ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ପ୍ରଚଣ୍ଡ ରୌଦ୍ରତାପ ତଥା ଜଙ୍ଗଲରେ ଜଳାଭାବ ଯୋଗୁଁ ବନ୍ୟଜନ୍ତୁ ସହରମୁହାଁ ହେଉଛନ୍ତି ।

ବୁଧବାର ସକାଳୁ ମେଲଛାମୁଣ୍ଡା ଥାନା ପଛପଟେ ଥିବା ଏକ ଗାଡିଆରେ ଏକ ଜଙ୍ଗଲୀ ଭାଲୁକୁ ଦେଖିବାକୁ ମିଳିଥିଲା । ଭାଲୁଟି କାହାକୁ କୌଣସି କ୍ଷୟକ୍ଷତି ଘଟାଇ ନାହିଁ । ବନ ବିଭାଗ ଖବର ପାଇ ଭାଲୁକୁ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.