ବାମୁର ରେଞ୍ଜର ଶଣ୍ଢପାଳରେ ଭାଲୁ ଆତଙ୍କ, ଲୋକଙ୍କୁ ଆକ୍ରମଣ ସହ କରୁଛି ଉତ୍ପାତ

Published By : Prameya-News7 Bureau | July 20, 2022 IST

ଆଠମଲ୍ଲିକ ୨୦/୦୭: ବନଖଣ୍ଡ ଅନ୍ତଗତ ବାମୁର ରେଞ୍ଜର ଶଣ୍ଢପାଳ ଗ୍ରାମ ନିକଟରେ କିଛିଦିନ ହେଲା ଏକ ଭାଲୁ ବୁଲୁଥିବାର ବନବିଭାଗ କୁ ଲୋକେ ଜଣାଇ ଥିଲେ । ଗାଁନିକଟରୁ ଭାଲୁକୁ ବନବିଭାଗ ଘଉଡ଼ାଇନଥିଲା ।

ଆଜି ଗାଁର ପ୍ରମୋଦ ମିର୍ଧା ବାଡ଼ି ପଛପାଖରେ ଥିବା ପୋଖରୀରୁ ଫେରୁଥିବା ସମୟରେ ଭାଲୁ ହାବୁଡ଼ରେ ପଡି ଯାଇଥିଲେ । ଭାଲୁ ଆକ୍ରମଣ କରୁଥିବା ସମୟରେ ପ୍ରମୋଦ ପାଟି କରିବାରୁ ଗାଁ ଲୋକ ପହଁଚିଯାଇଥିଲେ । ଭାଲୁ ପ୍ରମୋଦକୁ ଛାଡି ଜଙ୍ଗଲ କୁ ଚାଲିଯାଇଥିଲା । ଭାଲୁ ଆକ୍ରମଣ ରେ ପ୍ରମୋଦ ର ମୁଣ୍ଡରେ ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ହେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.