Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ସଞ୍ଜ ନଇଁଲେ ଗାଁ ମୁହାଁ ଭାଲୁ ପଲ, ଭୟଭୀତ ଅବସ୍ଥାରେ ତିନି ଗାଁର ବାସିନ୍ଦା

19/02/2023 at 8:18 PM

ଆନନ୍ଦପୁର: ବେଳ ବୁଡିବା ମାତ୍ରେ ଗାଁରେ ପଶୁଛନ୍ତି  ଭାଲୁ। ଗୋଟି ଏ କିମ୍ବା ଦୁଇଟି ନୁହଁ,  ଏକା ବେଳକେ ୩-୪ ଟି ଭାଲୁ। ଭାଲୁଙ୍କୁ ଦେଖି ଲୋକେ ଛାନିଆ। ଭୟରେ ସଞ୍ଜ ପୂର୍ବରୁ କାମଧନ୍ଦା ସାରି ତାଟିକବାଟ ପକାଇ ଘରେ ରହିବାକୁ ସୁରକ୍ଷିତ ମଣୁଛନ୍ତି ଲୋକେ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତି,  ବେଲସୁନ୍ଦରୀ,  ଅଙ୍ଗାରୁଆ ଓ ପୁରୁଣାବାନ୍ଦୋଗଡା ଅଞ୍ଚଳରେ ଗତ ୭ଦିନ ଧରି ଭାଲୁ ମଚାଇଛନ୍ତି ଉପଦ୍ରବ।

ଗାଁ ମୁହାଁ ଏବେ ଜଙ୍ଗଲି  ଭାଲୁ। ସଞ୍ଜ ନଇଁଲେ ଖାଦ୍ଯ ଅନ୍ବେଷଣ ରେ ଗାଁ ରେ ପଶୁଛନ୍ତି  ପଲପଲ  ଭାଲୁ। କାହା ବାଡିରେ ପଶି  କୋଳି ଖାଉଛନ୍ତି ତ ଆଉ କାହା ବାଡିରୁ ବେଲ। ଗାଁ ଲୋକଙ୍କ କହିବା ଅନୁଯାୟୀ ବିଗତ କିଛିବର୍ଷ ହେବ ମଧ୍ଯ ରାତ୍ରିରେ ଭାଲୁ ଆସି ଫଳମୁଳ ଖାଇ ଭୋର୍ ସମୟରୁ ଫେରିଯାଇଥାନ୍ତି।  ହେଲେ ଚଳିତ ବର୍ଷ ପ୍ରାୟ ୭ଦିନ ହେବ ସଞ୍ଜ ନଇଲେ ଗାଁ ରେ ଭାଲୁ ଙ୍କ ଉପସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳର ୫ଗୋଟି  ଗାଁ ଲୋକେ ଏବେ ଭାଲୁ ଭୟରେ ଆତଙ୍କିତ। ବର୍ତ୍ତମାନ ସୁଦ୍ଧା ଭାଲୁ ପଲ କାହାରି କିଛି କ୍ଷତି କରିବାର କୈଣସି ନଜିର ନାହିଁ। ହେଲେ ଭାଲୁ ଭଳି ଏକ ହିଂସ୍ର  ଜନ୍ତୁ ଉପସ୍ଥିତ ନେଇ ଚିନ୍ତା ସ୍ଵାଭାବିକ। ସେଥିପାଇଁ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ଗାଁ ଲୋକେ।

ସେପଟେ ବନ ବିଭାଗ କର୍ମଚାରୀ ମାନେ ଗାଁ ରେ ଭାଲୁ ପଶିବା ଖବରପାଇ  ଭାଲୁଙ୍କୁ ଘଉଡାଇ ଥାନ୍ତି। ନିକଟରେ ଥିବା ବାରଙ୍ଗ ଜଙ୍ଗଲରେ ଖାଦ୍ଯ ଅଭାବ ଯୋଗୁଁ ଭାଲୁ ପଲ ଖସିଆସି  ଗାଁ ରେ ଖାଦ୍ଯ ଖାଇଥାନ୍ତି। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଏଥିରୁ ବେସ୍ ଅନୁମାନ କରା ଯାଉଛି। ହେଲେ ଏନେଇ ବିଭାଗୀୟ ଫରେଷ୍ଟ ଙ୍କ ପଚାରିବାରୁ ତାଙ୍କ କହିବା କଥା ବାରଙ୍ଗ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁ ଙ୍କ ପାଇଁ ନୂତନ ଭାବେ ବନିକରଣ ହୋଇଛି। ।  ସେଠାରେ ପୋଖରୀ ଖାଦ୍ଯ ଓ ପାନୀୟର ବ୍ୟବସ୍ଥା ରହିଛି। ଏଥିସହ ଗାଁ କୁ ଭାଲୁ ପଶୁଥିବାରୁ ଲୋକଙ୍କୁ ସଚେତନ ମଧ୍ୟ। କରାଯାଉଛି ଭାଲୁଙ୍କ ଗତିବିଧି ଉପରେ ନଜର ରଖିଛି ପେଟ୍ରୋଲିଂ ଟିମ୍। ଲୋକେ ମଧ୍ଯ ସହଯୋଗ କରୁଛନ୍ତି।

   Related Posts