LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଟଣା ରେଞ୍ଜରେ ଭାଲୁ ଆତଙ୍କ, ଗୋଡ଼ାଇ ଗୋଡାଇ କାମୁଡିଲା, ୩ ଗୁରୁତର

27/03/2023 at 1:15 PM

ପାଟଣା ୨୭/୦୩ : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଭାଲୁ । ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇ ପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଫଳରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଘଟଣା ଘଟିଛି ପାଟଣା ରେଞ୍ଜ ସାହାରପଡା ସେକ୍ସନ ଖିଲାରିପାଟ ନୂଆଗାଁ ଗ୍ରାମରେ ।

ସୂଚନାଥାଉକି, ସକାଳୁ ମହୁଲ ଫୁଲ ଗୋଟାଇବା ସମୟରେ ପ୍ରଥମେ ଜଣଙ୍କୁ ଭାଲୁ ଆକ୍ରମଣ କରିଥିଲା । ପରେ ସେହି ରାସ୍ତା ଦେଇ ସାଇକେଲରେ ଫେରୁଥିବା ସମୟରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା ଭାଲୁ । ଖବର ପାଇ ଘଟଣା ସ୍ଥଳରେ ସାହାରପଡା ବନପାଳ ପହଁଚି ଗୁରୁତରଙ୍କୁ ଉଦ୍ଧାର କରି ପାଟଣା ମେଡିକାଲକୁ ପଠାଇଛନ୍ତି ।

ଗୁରୁତର ହେଲେ ବଡ଼ ନୂଆଗାଁ ଗ୍ରାମର ବିରବଲ ମହାନ୍ତ ଓ ମଙ୍ଗୁଳୁ ବେହେରା ଏବଂ ଖିଲାରୀପାଟ ନୂଆଗାଁ ଗ୍ରାମର ରାମଚନ୍ଦ୍ର ପାଇଦା । ତେବେ ବିରବଲଙ୍କ ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏବେ ଗାଁ ନିକଟରେ ରକ୍ତ ମୁଖା ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଥିବା ବେଳେ ଭାଲୁକୁ ଘୋଉଡାଇବା ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

   Related Posts