ମାତିଛି ଜଙ୍ଗଲୀ ଭାଲୁ, ବନ ବିଭାଗ ପକ୍ଷରୁ କାବୁ କରିବାକୁ ଉଦ୍ୟମ ଜାରି

Published By : Prameya-News7 Bureau | August 27, 2022 IST

ଚଣ୍ଡୀଖୋଲ ୨୭/୦୮: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସିହା ପଞ୍ଚାୟତର କମ୍ପିରା ଗ୍ରାମରେ ଜଙ୍ଗଲୀ ଭାଲୁ ଆତଙ୍କ । ଗୋଟିଏ ଜଙ୍ଗଲୀ ଭାଲୁ ଓ ତାର ଦୁଇ ଛୁଆକୁ ନେଇ ନିଶ୍ଚନ୍ତା ଜଙ୍ଗଲରୁ ଆସି ଗ୍ରାମରେ ପଶିଯାଇଛି ।

ଖବର ପାଇ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ଭାଲୁଟିକୁ କାବୁ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଞ୍ଚଳବାସୀଙ୍କ ଅଭିଯୋଗ ମୁତାବକ, ଏହି ଜଙ୍ଗଲୀ ଭାଲୁଟି ୨/୩ ଦିନ ହେବ ଅଞ୍ଚଳରେ ଆତଙ୍କ ଖେଳାଇଛି । ଏପରିକି ଭାଲୁ ଆକ୍ରମଣରେ ଗ୍ରାମର ଜଣେ ଆହତ ହୋଇଥିବା ସୂଚନା ମିଳିଛି ।

ଫଳରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏପରିକି ଚାଷୀ ମାନେ ନିଜ କ୍ଷେତକୁ ଯିବାକୁ ଭୟ କରୁଛନ୍ତି । ଏସମ୍ପର୍କରେ ଚଣ୍ଡିଖୋଲ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସତର୍କ ଓ ସଚେତନ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.