scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଚାଷ ଜମିକୁ ଯାଉଥିବାବେଳେ ଆକ୍ରମଣ

25/07/2023 at 10:42 AM

ଧର୍ମଗଡ ୨୫/୦୭: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ନୂଆଗୁଡା ଗାଁର ଦନାର ସୁନାନୀ ଭୋରରୁ ନିଜ ଚାଷ ଜମିକୁ ଯାଉଥିଲେ । ଏହି ସମୟରେ ଭାଲୁ ହାବୁଡରେ ପଡିଯାଇଥିଲେ । ତେବେ ବୃଦ୍ଧଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ଆସି ବୃଦ୍ଧଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ ।

କିନ୍ତୁ ଭାଲୁ ଆକ୍ରମଣର ବୃଦ୍ଧ ଜଣଙ୍କ ଗୁରୁତର ହୋଇଥିଲେ । ଖବର ପାଇଁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ହସ୍ପିଟାଲରେ ଭର୍ତି କରିଛନ୍ତି । ସେପଟେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts