ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | October 01, 2022 IST

ନୀଳଗିରି, ୧/୧୦: ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି । ନୀଳଗିରି ଥାନା ଅଧିନ ଗୋପୀନାଥପୁର ଶାସନର ଚିତ୍ତରଞ୍ଜନ ଦାଶ ସେହି ଅଂଚଳର ପାଇକ ସାହି ରାସ୍ତା ଦେଇ ଘରକୁ ଚାଲି ଚାଲି ଆସୁଥିଲେ । ଦୁଇଟି ଭାଲୁ ସେହି ରାସ୍ତା ଦେଇ ଯାଉଥିବା ବେଳେ ଭାଲୁ ସହିତ ସାମ୍ନାସାମ୍ନୀ ହୋଇ ଯାଇଥିଲେ । ଭାଲୁଟି ତାଙ୍କ ଉପରକୁ ଝାମ୍ପ ମାରିବାରୁ ସେ ମୁହଁ ମାଡି ପଡି ଯାଇଥିଲେ । ତାଙ୍କ ପିଠିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ସେ ଚିତ୍କାର କରିବାରୁ ଭାଲୁ ଗୁଡିକ ଛାଡି ପଳାଇ ଯାଇଥିଲେ । ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.