ନନ୍ଦନକାନନରେ ଅଘଟଣ, ଖାଇବାକୁ ଦେଉଥିବା ବେଳେ ଗାଇଡ୍‌ଙ୍କ ହାତକୁ ଟାଣିନେଲା ଭାଲୁ

Published By : Prameya-News7 Bureau | October 27, 2021 IST

ବାରଙ୍ଗ, ୨୭/୧୦: ନନ୍ଦନକାନନ ସଫାରୀରେ ଭାଲୁ ଆକ୍ରମଣରେ ଜଣେ ଗାଇଡ ଗୁରୁତର ଆହତ ହୋଇ ସ୍ଥାନୀୟ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଆଜି ସନ୍ଧ୍ୟା ୫.୧୫ ସମୟରେ ଭାଲୁ ସଫାରୀରେ ରହିଥିବା ଦେଶୀ ଭାଲୁକୁ ଜଣେ ଗାଇଡ କିଛି ଖାଦ୍ୟ ଦେଉଥିଲେ । ଏତିକି ବେଳେ ଭାଲୁଟି ତାଙ୍କ ହାତକୁ ଟାଣି ସଂଘାତିକ ଭାବେ କ୍ଷତ କରିଦେଇଛି ।

ଅନ୍ୟ କର୍ମଚାରୀ ସେଠାରେ ପହଂଚି ଭାଲୁ ଠାରୁ ଗାଇଡଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଆହତ ଗାଇଡଙ୍କୁ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ନନ୍ଦନକାନନର  ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.