ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଶୌଚ ପାଇଁ ଯାଇଥିବାବେଳେ ମାଡିବସିଲେ ୪ ଭାଲୁ
30/12/2022 at 9:24 AM

ନୂଆପଡା ୩୦/୧୨: ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଗୁରୁତର ଅବସ୍ଥାରେ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଚାରିଟି ଭାଲୁ ଆକ୍ରମଣ କରିଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ନୂଆପଡା ରେଞ୍ଜ ସ୍ଥାନିୟ ପଗାରପାଣି ଗ୍ରାମର ହେମ ମାଝୀ ।
ସୂଚନା ଥାଉକି, ସକାଳୁ ସକାଳୁ ହେମ ମାଝୀ ଶୌଚ ହେବାକୁ ଯାଉଥିଲେ । ହଠାତ୍ ୪ଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ମୁହଁକୁ ଅତି ବିକୃତ ଭାବେ ଆକ୍ରମଣ କରିଛନ୍ତି । ଭାଲୁଙ୍କ କବଳରୁ ନିଜକୁ ରକ୍ଷା କରିବାକୁ ହେମ ଆପ୍ରାଣ ଉଦ୍ୟମ କରିଥିଲେ । ଫଳରେ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଗଲେ । ହେଲେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023