ଭାଲୁ ଆକ୍ରମଣରେ ଜଣେ ଗୁରୁତର, କୋଳି ତୋଳିବାକୁ ଯାଇ ପଡିଗଲେ ହାବୁଡରେ
23/08/2022 at 8:45 AM

କରଞ୍ଜିଆ ୨୩/୦୮: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ସାଲେଇବେଡା ଗ୍ରାମପଞ୍ଚାୟତ ଜାମପୋଷି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର । ଆଜି ସକାଳୁ ଗ୍ରାମର ରାନ୍ଦ ହୋ ନାମକ ଜଣେ ବ୍ୟକ୍ତି ନିକଟରେ ଥିବା ତାଙ୍କ କୁସୁମ ଗଛକୁ କୋଳି ତୋଳିବାକୁ ଯାଇଥିବା ବେଳେ ହଠାତ ମାଆ ଭାଲୁ ସହ ଦୁଇଟି ଛୁଆ ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ ।
ତାଙ୍କ ଜଙ୍ଘ ଓ ହାତରେ ଗଭୀର କ୍ଷତ କରିଥିଲେ । ଆକ୍ରମଣରେ ରାନ୍ଦ ହୋର ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଦୌଡ଼ି ଆସି ଭାଲୁ ତିନୋଟିକୁ ଘଉଡ଼ାଇ ଦେଇ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023