ଗଛ ଉପରେ ଭାଲୁ, ତଳେ ଜଗିଛନ୍ତି ଲୋକେ
12/09/2022 at 1:33 PM

ବୋରିଗୁମ୍ମା ୧୨/୦୯: ଗଛ ଉପରେ ଚଢିଛି ଭାଲୁ । ଆଉ ତଳେ ଜଗିଛନ୍ତି ମଣିଷ । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।କଟରିୟା ସାହି ନିକଟରେ ଥିବା ପାଆଂଛି ଗଛରେ ଭାଲୁ ଚଢିକି ବସିଛି ।
ଆଜି ଭୋରରୁ ଗଛ ମୂଳରେ ଭାଲୁ ଥିବା ଗାଁ ଲୋକ ଦେଖିଥିଲେ । ଏହାପରେ ଭାଲୁକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ଇତି ମଧ୍ୟରେ ସକାଳ ହେବାରୁ ଭାଲୁ କେଉଁ ଆଡେ ଯାଇନପାରି ଗଛର ୩୦ ଫୁଟ ଉପରେ ଏକ ତିନି ଚାରୋଟି ପତଳା ଡାଳକୁ ଧରି ରହିଛି। ବୋରିଗୁମା ବନ ବିଭାଗ କର୍ମଚାରୀଙ୍କୁ ବି ଖବର ଦିଆଯାଇଛି । ଆଉ ଅଳ୍ପ ସମୟ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚିବେ ବନ ବିଭାଗ ।
Related Posts
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023
ସବ୍ଜେଲରୁ କଏଦୀ ଫେରାର, ପାଚେରୀ ଡେଇଁ ଚମ୍ପଟ ମାରିଲେ ସତ୍ୟଜିତ୍
6 February 2023