ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ

Published By : Prameya-News7 Bureau | October 19, 2021 IST

ନୀଳଗିରି,୧୯/୧୦:- ନୀଳଗିରିରେ ଭାଲୁ ଆତଙ୍କ । ସୋମବାର ରାତ୍ରରେ ଜଣେ ଯୁବକ ଡିଉଟିରୁ ଫେରିବା ବେଳେ ଦୁଇଟି ଭାଲୁ ସାଇକେଲରୁ ତାଙ୍କୁ ଟାଣି ପକାଇ ଆକ୍ରମଣ କରି ଗୁରୁତର କରି ପକାଇଛି।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଲିଓରା ଗ୍ରାମର କରୁଣାକର ଜେନା(୫୫) ସୋମନାଥପୁର ଅଞ୍ଚଳରେ ଏକ ଆଜବେଷ୍ଟ କମ୍ପାନିରେ କାମ କରନ୍ତି । ସୋମବାର ରାତିରେ ସେ ସାଇକେଲରେ ଘରକୁ ଫେରୁଥିଲେ। ରାତ୍ର ୧୧ ଟାରେ ନିଶ୍ଚିନ୍ତପୁର ଅଞ୍ଚଳରେ ଦୁଇଟି ଭାଲୁ ତାଙ୍କୁ ସାଇକେଲରୁ ଟାଣି ପକାଇ ଆକ୍ରମଣ କରିଥିଲେ।ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରର ବହୁ ସ୍ଥାନ କ୍ଷତ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.