ନୀଳଗିରିରେ ଖଦି ଓ ଗ୍ରାମୀଣ ଉଦ୍ୟୋଗ ତରଫରୁ ମହୁମାଛି ଓ ମହୁ ବାକ୍ସ ବଣ୍ଟନ, ବେରୋଜଗାରୀଙ୍କୁ ମିଳିବ ରୋଜଗାର

Published By : Prameya-News7 Bureau | August 14, 2020 IST

ନୀଳଗିରି,୧୪/୮: ନୀଳଗିରି ବ୍ଲକ ଅଧିନ ବଣସୀମା ଅଞ୍ଚଳ ଛତ୍ରପୁର ଠାରେ ଖଦି ଓ ଗ୍ରାମୀଣ ଉଦ୍ୟୋଗ ତରଫରୁ ହିତାଧିକାରୀଙ୍କୁ ମହୁମାଛି ଓ ମହୁ ବାକ୍ସ ବଣ୍ଟନ କରାଯାଇଛି। ଯେଉଁଥିରେ ବାକ୍ସ ପିଛା ପାଞ୍ଚ କେଜିରୁ ୭ କେଜି  ମହୁ ସଂଗ୍ରହ ହୋଇପାରିବ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ  ସମୀର ମହାନ୍ତିଙ୍କ ସହ ବିଭାଗୀୟ ଅଧିକାରୀ ଅନୁପ ଭୂୟାଁ , ବିଚିତ୍ରା ନନ୍ଦ ପଣ୍ଡା , ପ୍ରଶାନ୍ତ ସାହୁ ଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରବିନ୍ଦୁ ଦାସ ଏହି ମହୁବାକ୍ସ ବଣ୍ଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ବେହେରା, ଚନ୍ଦ୍ରଶେଖର ନନ୍ଦ ,କରୁଣାକର ପଣ୍ଡା ,ଗଙ୍ଗାଧର ମିଶ୍ର,ଉପେନ୍ଦ୍ର ଦାସ ,ମାନସ ମିଶ୍ର, କମଳା ମହାକୁଡ଼, ଟୁକୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଖଦି ଓ ଗ୍ରାମୀଣ ଉଦ୍ୟୋଗର ଏହି କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର  ନାୟକ ପ୍ରସଂଶା କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କ ବିଭାଗ ଦ୍ଵାରା କରାଯାଉଥିବା ଏହି ଉଦ୍ୟମ ଦ୍ଵାରା ଗରିବ ବେରୋଜଗାରୀ ଲୋକଙ୍କୁ ରୋଜଗାରର ଏକ ମାଧ୍ୟମ ହେବ ବୋଲି ମତ ଦେଇଛନ୍ତି । ଆଗାମୀ ଦିନରେ ଖଦି ଓ ଗ୍ରାମୀଣ ଉଦ୍ୟୋଗ ଏବଂ ମତ୍ସ୍ୟ ଓ ଗୋପାଳନ ବିଭାଗ ତରଫରୁ ବ୍ୟାପକ ରୋଜଗାର ଘରେ ଘରେ ପହଞ୍ଚିବ ବୋଲି କେନ୍ଦ୍ର  ମନ୍ତ୍ରୀ ଶ୍ରୀ ଷଢଙ୍ଗୀ ମତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.