scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୀପାବଳି ଶୁଭକାମନାରେ ଖାଲି ହୋଇଯାଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଏହି କଥାର ରଖନ୍ତୁ ଧ୍ୟାନ

21/10/2022 at 7:39 PM

ନୂଆଦିଲ୍ଲୀ ୨୧।୧୦: ସାରା ଦେଶରେ ଏବେ ଉତ୍ସବର ମାହୋଲ, ଏଥିରେ ପାଖେଇ ଆସୁଛି ଦୀପାବଳି, ଏଣୁ ଲୋକେ ହ୍ୱାଟସ୍‌ ଆପରେ ବନ୍ଧୁବାନ୍ଧବ ସମ୍ପର୍କୀୟଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇବା ଆରମ୍ଭ କରିଦେଲେଣି। ଏହି ଋତୁ ବି ସେମିତି, ଗିଫ୍ଟ, ଶୁଭକାମନା ଓ ଶୁଭେଚ୍ଛା ବାର୍ତ୍ତାର। ତେବେ ଫେଷ୍ଟିଭ ସିଜିନର ଫାଇଦା ଉଠାଇବା ଲାଗି ସାଇବର ଠକମାନେ ଲୋକଙ୍କୁ ଠକିବା ନିମନ୍ତେ  ସକ୍ରିୟ ହୋଇ ଉଠିଲେଣି। ନକଲୀ ଦୀପାବଳି ଅଫର ଓ ମ୍ୟାସେଜ୍ ମାଧ୍ୟମରେ ଠକ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିନ୍ଧି କରିବା ପ୍ରସ୍ତୁତିରେ ଅଛନ୍ତି। ଭାରତ ସରକାରଙ୍କ ସାଇବର ସିକ୍ୟୁରିଟି ଟିମ୍‌ ଏଥିଲାଗି ଲୋକଙ୍କୁ ସତର୍କ କରାଇଛନ୍ତି।

ଦୀପାବଳି ସୁଭେଚ୍ଛା ବାର୍ତ୍ତା ପଠେଇ ଧୋକାବାଜମାନେ ଲୋକଙ୍କ ପର୍ସନାଲ ଓ ବ୍ୟାଙ୍କିଙ୍ଗ ସୂଚନା ହାତଉଛନ୍ତି। ଏଣୁ ଗ୍ରାହକଙ୍କୁ ସାବଧାନ ରହିବା ଜରୁରି ବୋଲି ସାଇବର ଟିମ୍‌ କହିଛନ୍ତି। ଇଣ୍ଡିଆନ କମ୍ପ୍ୟୁଟର ଏମାର୍ଜେନ୍ସୀ ରେସପନସ୍‌ ଟିମ୍‌ ଲୋକଙ୍କୁ ସତର୍କ କରି ଦୀପାବଳି ଶୁଭେଚ୍ଛା ବାର୍ତ୍ତାରେ ଠକମାନେ ଚାଇନିଜ ୱେବସାଇଟ୍‌ ଲିଙ୍କ ପଠାଉଥିବା କହିଛନ୍ତି। ଏପରି ଲିଙ୍କ୍ ବା ଏକ୍ସଟେନସନ ପଠାଇ ଲୋକଙ୍କ ବ୍ୟକ୍ତିଗତ ସୂଚନା ହାସଲ ଲାଗି ଉଦ୍ୟମ କରୁଛନ୍ତି। ଏଥିରେ ଯଦି ଆପଣ ମଧ୍ୟ ଫ୍ରି ଦୀପାବଳି ଅଫର ଲୋଭରେ ପଡନ୍ତି ତେବେ ଠକ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁତକ ଟଙ୍କା ଉଠାଇ ନେଇପାରନ୍ତି।

ଯଦି ଆପଣଙ୍କୁ ବି ଦୀପାବଳି ଅଫର ନାମରେ ମ୍ୟାସେଜ୍ କି ମେଲ ଆସୁଛି ତେବେ ଆପଣଙ୍କୁ ଏପରି ଗତିବିଧି ରେ ସାବଧାନ ରହିବା ଅତ୍ୟନ୍ତ ଜରୁରି। ଏଣୁ ସାଇବର ଅପରାଧୀଙ୍କ ମାୟାରେ ପଡି ଆପଣଙ୍କ କଷ୍ଟାର୍ଜିତ ଉପାର୍ଜନକୁ ହରାନ୍ତୁ ନାହିଁ। ଭାରତ ସରକାରଙ୍କ ସଂସ୍ଥା ଏହି ସାଇବର ଅପରାଧୀ ହୁଏତ ଚୀନ୍‌ର ହୋଇଥାଇପାରନ୍ତି ବୋଲି କହିଛନ୍ତି। ସେମାନେ ଆପଣଙ୍କ ସୂଚନା ସଂଗ୍ରହ କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିବା ଯୋଜନାରେ ଅଛନ୍ତି ବୋଲି ସତର୍କ କରିଛନ୍ତି।

   Related Posts