ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୁପଚୁପ୍ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ! ଏହି ଗୁରୁତର ରୋଗର ହେଉଛି କାରଣ

13/07/2022 at 6:24 PM

ହାଇଦ୍ରାବାଦ ୧୩।୭: ତେଲେଙ୍ଗାନାରେ ବଢୁଥିବା ଟାଇଫଏଡ ଜ୍ୱର ଲାଗି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଗୁପଚୁପ୍‌ କୁ ଦାୟୀ କରିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ଜି. ଶ୍ରୀନିବାସ ରାଓ ଗୁପଚୁପକୁ ଟାଇଫଏଡ ରୋଗ କୁହାଯାଇପାରେ ବୋଲି କହିଛନ୍ତି। ଏଣୁ ବର୍ଷା ଋତୁରେ ଟାଇଫଏଡ ଓ ଅନ୍ୟ ଋତୁକାଳୀନ ରୋଗରୁ ବର୍ତ୍ତିବା ପାଇଁ ଗୁପଚୁପ୍ ଓ ଷ୍ଟ୍ରିଟ ଫୁଡରୁ ଦୂରେଇ ରୁହିବାକୁ ପରାମର୍ଶ ଦେଇଛନ୍ତି।

ରାସ୍ତାକଡ ଦୋକାନ ମାନଙ୍କରୁ ଏପରି ଗୁପଚୁପ ଖାଇ ଲୋକେ ରୋଗରେ ପଡୁଥିବାରୁ ଏହି ସ୍ୱାଦିଷ୍ଟ ଖାଦ୍ୟ ହୁଏତ ଆପଣଙ୍କୁ ୧୦ରୁ ୧୫ ଟଙ୍କାରେ ମିଳି ଯାଇପାରେ, ହେଲେ ଆଗକୁ ୫ରୁ ୧୦ ହଜାର ଟଙ୍କା ଖର୍ଚ୍ଚରେ ନ ପକାଇବ ତାହା କହି ହେବନି ବୋଲି ବୋଲି ଡା. ରାଓ କହିଛନ୍ତି। ସେହିପରି ଏପରି କାରବାର କରି ପରିବାର ଚଳାଉଥିବା ଲୋକଙ୍କୁ ମଧ୍ୟ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଚଳିତବର୍ଷ ଟାଇଫଏଡ ମାମଲା ବଢୁଥିବା ଡା. ରାଓ କହିଛନ୍ତି। ଗତ ମଇ ମାସରେ ୨ହଜାର ୭୦୦ ଏପରି ମାମଲା ଆସିଥିଲା। ଜୁନ ବେଳକୁ ବିଶେଷ ବଢି ନଥିଲେ ମଧ୍ୟ୨୭୫୨ଟି ମାମଲା ମିଳିଥିଲା। ଦୂଷିତ ଭୋଜନ, ପାଣି ଓ ମଷାଙ୍କୁ ଋତୁକାଳୀନ ରୋଗର କାରଣ ବୋଲି କୁହାଯାଉଛି। ଯେଉଁଥି ପାଇଁ ମେଲେରିଆ, ତୀବ୍ର ଡାୟରିଆ (ଏଡିଡି) ଓ ଭୂତାଣୁ ଜ୍ୱର ମଧ୍ୟ ସାମିଲ। କେବଳ ଚଳିତମାସରେ ଏପର୍ଯ୍ୟନ୍ତ ଡାୟରିଆର ୬ହଜାର ଟି ମାମଲା ଆସିଥିବାର ସେ କହିଛନ୍ତି। ଏଣୁ ଲୋକଙ୍କୁ ବାସି ଖାଦ୍ୟ ନ ଖାଇ ପାଣି ଫୁଟାଇ ବ୍ୟବହାର କରିବାକୁ କହିଛନ୍ତି।

ସେହିପରି ରାଜ୍ୟରେ ଏବେ ଡେଙ୍ଗୁ କାୟା ବିସ୍ତାର କରୁଥିବାର ଡା. ରାଓ କହିଛନ୍ତି। ଜାନୁୟାରୀରୁ ଏପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁର ୧ହଜାର ୧୮୪ଟି ମାମଲା ଆସିଛି। ଏଥିରେ କେବଳ ହାଇଦ୍ରାବାଦରୁ ୫୧୬ଟି ମାମଲା ମିଳିବା ବାସ୍ତବିକ ଚିନ୍ତାଜନକ ବୋଲି କହିଛନ୍ତି। ସେହିପରି ସେ କୋଭିଡ ମଧ୍ୟ ଏବେ ଋତୁକାଳୀନ ହୋଇଯାଇଥିବା  କହିଛନ୍ତି। ଏଣୁ ଯଦି କାହାଠାରେ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଏ ସେ ନିଜକୁ ୫ ଦିନ କ୍ୱାରେଣ୍ଟାଇନ କରି ନିଅନ୍ତୁ ବୋଲି କହିଛନ୍ତି। ଯଦି ଲକ୍ଷଣ ନାହିଁ ତେବେ କୋଭିଡ ପରୀକ୍ଷଣ କରିବାର କୌଣସି ଆବଶ୍ୟକତା ନାହିଁବୋଲି କହିଛନ୍ତି।  

   Related Posts