ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସାବଧାନ ! ସିଲ୍ ବନ୍ଦ ଆଚାର ଡବାରୁ ବାହାରିଲା ମଲା ଝିଟିପିଟି, ଚିନ୍ତାରେ ଆଚାର ଖାଇଥିବା ଯୁବକ

26/06/2021 at 7:50 PM

ବାରାବାଙ୍କି ୨୬/୦୬ : ଉତ୍ତର ପ୍ରଦେଶ ବାରାବାଙ୍କି ଜିଲ୍ଲାରେ ସିଲ ବନ୍ଦ ଆଚାର ଡବାରେ ମଲା ଝିଟିପିଟି ବାହାରିବାରୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଜଣେ ଆଚାର ସୌଖିନ ବ୍ୟକ୍ତି ଏକ ଆଚାର କିଣି ଆଣିଥିଲେ। ସେ ଆଚାର କାଢି ଖାଇ ବି ଥିଲେ। କିନ୍ତୁ ଆଚାରରୁ ମଲା ଝିଟିପିଟି ବାହାରିବା ପରେ ତାଙ୍କ ହୋସ ଉଡି ଯାଇଥିଲା। ସେ ଯାଇ ଦୋକାନୀଙ୍କୁ ଯୋଗାଯୋଗ କରିଥିଲେ ଓ ଡବା ଫେରାଇ ଦେଇଥିଲେ। ତେବେ ଆଚାର ଖାଇ ଦେଇଥିବାରୁ କାଳେ କଣ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ନେଇ ସେ ଚିନ୍ତିତ।

ମାମଲା ବାରାବାଙ୍କି ଜିଲ୍ଲା ବଡ୍ଡୁପୁର ଥାନା ଅନ୍ତର୍ଗତ ରିଂବା ଗାଁର। ଏହି ଗାଁରେ ରହୁଥିବା ଶ୍ରୀରାମ ଭୋଜନରେ ଆଚାର ଖାଇବାକୁ ପସନ୍ଦ କରନ୍ତି। କିଛି ଦିନ ପୂର୍ବରୁ ସେ ମୋର୍ଯ୍ୟାଙ୍କ ଦୋକାନରୁ ସିଲ ବନ୍ଦ ଆଚାର କିଣି ଆଣିଥିଲେ। ୩-୪ ଦିନ ଯାଏଁ ସେ ଏହି ଆଚାର ଖାଇଥିଲେ। ଆଜି ମଧ୍ୟ ସେ ସବୁଦିନ ଭଳି ଆଚାର କାଢି ଖାଇଥିଲେ। ଆଚାର କାଢ଼ିବା ସମୟରେ ଚାମଚରେ ମଲା ଝିଟିପିଟି ବାହାରିଥିଲା।

ପ୍ରଥମେ ଦେଖି ସେ ଜାଣି ପାରିନଥିଲେ। କିନ୍ତୁ ଧ୍ୟାନର ସହ ଦେଖିବା ପରେ ସେ ଜାଣିପାରିଥିଲେ ଯେ ଆଚାରରୁ ମଲା ଝିଟିପିଟି ବାହାରିଥିଲା। ଆଚାର ବିଷାକ୍ତ ହୋଇଯାଇଥିବ ଭାବି ତାଙ୍କ ହୋସ ଉଡିଯାଇଥିଲା ଓ ସେ ତୁରନ୍ତ ଯାଇ ଦୋକାନୀକୁ କହିଥିଲେ। ସେ ସୋମବାର ଦିନ ଆଚାର କିଣି ଆଣିଥିଲେ। ଦୋକାନୀ କହିଛନ୍ତି ଯେ ଦେବା ଥାନା ଅନ୍ତର୍ଗତ ବିଷ୍ଣୁପୁରର ରାଜେନ୍ଦ୍ର ବର୍ମା ତାଙ୍କୁ ଆଚାର ସପ୍ଲାଏ କରନ୍ତି। ତାଙ୍କୁ ସୂଚନା ଦିଆଯାଇଛି ଏବଂ ଅବହେଳା ପାଇଁ ଅଭିଯୋଗ କରାଯିବ ବୋଲି ସେ କହିଛନ୍ତି।

   Related Posts