ସ୍କୁଲକୁ ପରିଦର୍ଶନରେ ଆସିଥିଲେ ବିଡିଓ, ନବମ ଶ୍ରେଣୀ ପିଲାଙ୍କୁ ପଢାଇଲେ ଗଣିତ

Published By : Prameya-News7 Bureau | December 17, 2019 IST

ଉମରକୋଟ ୧୭।୧୨:  ସରକାରୀ କର୍ମଚାରୀ ହୁଅନ୍ତୁ କି ରାଜନେତା ବିଭିନ୍ନ ସମୟରେ ବିଭିନ୍ନ କାମ କିରି ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ମାନବିକତା ପାଇଁ ତ ଆଉ କେତେବେଳେ ଭଲ କାମ ପାଇଁ ରହିଛନ୍ତି ଚର୍ଚ୍ଚାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

{"id":198788,"sizeSlug":"large"}

ନବରଙ୍ଗପୁର ଝରିଗାଁ ବ୍ଲକ୍ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ତାରକନାଡୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇଥିଲେ । ସେହି ସମୟରେ ପିଲାଙ୍କୁ ପାଠ ପଢାଇଛନ୍ତି ବିଡିଓ । ବ୍ଲାକବୋର୍ଡରେ ପିଲାଙ୍କୁ ନବମ ଶ୍ରେଣୀର ସେଟ୍ ଗଣିତ ପାଠ୍ୟକ୍ରମ ବୁଝାଇଥିଲେ ବିଡିଓ । ପିଲାମାନଙ୍କ ସହ ଗଣିତ ବିଷୟକୁ ନେଇ ଆଲୋଚନା କରିଥିଲେ । କିପରି ପାଠ ପଢାଯାଉଛି ତାହା ମଧ୍ୟ ପଚାରି ବୁଝିଥିଲେ ।

{"id":198789,"sizeSlug":"large"}

ସ୍କୁଲ ଖୋଲିବାର ପାୟ ୯ମାସ ପରେ ପିଲାଙ୍କୁ ପାଠ୍ୟ ପୁସ୍ତକ ଦିଆଯାଇନଥିବା ନେଇ ବିଡ଼ିଓ ଚକିତ ହୋଇଥିଲେ । ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଙ୍କ ଏପରି କାର୍ଯ୍ୟ ପାଇଁ ଜନସାଧାରଣଙ୍କ ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.