ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବାବୁଆଣୀଙ୍କ ବଡ ହୃଦୟ, ଅଭିଯୋଗ ଶୁଣିବାକୁ ଚୌକିରୁ ଉଠିଆସିଲେ

1/10/2022 at 1:36 PM

କୋଣାର୍କ ୦୧/୧୦: ଅନେକ ସମୟରେ ଲୋକେ ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଇବା ପାଇଁ ବାରମ୍ବାର ଅଫିସକୁ ଦୌଡ଼ି ଥାନ୍ତି। କେବଳ ଦୌଡି ନଥାନ୍ତି । ନିରାଶ ମଧ୍ୟ ହୋଇ ଫେରିଥାନ୍ତି । ଏମିତିକି କେତେବେଳେ କେମିତି ଅଧିକାରୀଙ୍କ ଦୃର୍ବ୍ୟବହାରର ଶିକାର ହୋଇ ହତାଶରେ ଫେରିବାକୁ ପଡିଥାଏ । କିନ୍ତୁ ଏବେବି ଅନେକ ପ୍ରଶାସନିକ ଅଧକାରୀଙ୍କ ପାଖରେ ରହିଛି ଆଦର୍ଶ ଓ ମାନବିକତା । ଏହାର ଜ୍ୱଳନ୍ତ ଉଦାହରଣ ଦେଖାଇଛନ୍ତି ଗୋପ ବିଡିଓ ଦୀପ୍ତି ରାଣୀ ଦାସ ।

ସୂଚନା ଅନୁଯାୟୀ, ଦୀର୍ଘ ପାଞ୍ଚ ମାସ ହେବ ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଦିବ୍ୟାଙ୍ଗ ଅଶୋକ ଭତା ପାଇନଥିବରୁ, ଗଣେଶ୍ୱରପୁର ପଞ୍ଚାୟତରୁ ଗୋପ ବ୍ଲକ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ଟ୍ରାଇ ସାଇକେଲ ରେ ଆସି ଗୋପ ବ୍ଲକ ଅଫିସ ନିକଟରେ ପହଞ୍ଚିଥିଲେ । ତେବେ ହଠାତ୍ ଦିବ୍ୟାଙ୍ଗ ଅଶୋକ ବାହାରେ ବସିଥିବା ଖବର ଗୋପ ବିଡ଼ିଓ କେମିତି ଜାମିବାକୁ ପାଇଥିଲେ । ସଂଗେ ସଂଗେ ନିଜ ଚୌକିରୁ ଉଠିଆସି ଦିବ୍ୟାଙ୍ଗଙ୍କୁ ଭେଟିବା ସହ ୩୦ ମିନିଟ ଠିଆ ହୋଇ ଆଲୋଚନା କରିଥିଲେ ।

ଅଭିଯୋଗ ଶୁଣିବା ପରେ ବିଡିଓ ତାଙ୍କୁ ଶୀଘ୍ର ମିଳିନଥିବା ଭତା ଦିଆଯିବ ବୋଲି ପ୍ରତିଶୃତି ଦେବା ସହ ଦିବ୍ୟାଙ୍ଗ କୁ କିଛି ଆର୍ଥିକ ଟଙ୍କା ନଗଦ ପ୍ରଦାନ କରିଥିଲେ । ଅନେକ ସମୟରେ ବିଡ଼ିଓ ଗରିବ ନିରୀହ ଲୋକଙ୍କ ସମସ୍ୟା ଶୁଣିବା ପରେ ତୁରନ୍ତ ଏହାର ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାଙ୍କୁ ପରାମର୍ଶ ଦେବାର ଦେଖିବାକୁ ମିଳିଥାଏ । କିନ୍ତୁ ନିଜ ଚୌକିରୁ ଉଠି ଆସି ଦିବ୍ୟାଙ୍ଗ ସମସ୍ୟା ଦୁରକରିଥିବା ମହାନତା ଦେଖାଇଥିବାରୁ ଗୋପର ଅନେକ ମହଲରୁ ପ୍ରଶଂସା ପାତ୍ର ସାଉଁଟିଛନ୍ତି ଗୋପ ବିଡ଼ିଓ ଦିପ୍ତୀରଣୀ ଦାସ ।

   Related Posts