LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବ୍ଲକ୍ ଉପାଧ୍ୟକ୍ଷାଙ୍କ ଦବଙ୍ଗଗିରି, ଅଙ୍ଗନଓ୍ବାଡୀ ଗୃହ ନିର୍ମାଣକୁ ନେଇ ବିଡିଓଙ୍କୁ ଚେତାବନୀ !

28/03/2023 at 5:48 PM

ବୈପାରୀଗୁଡା ୨୮।୩: ବ୍ଲକ୍ ଉପାଧ୍ୟକ୍ଷାଙ୍କ ଦବଙ୍ଗଗିରି l ବିଡିଓଙ୍କ ଚାମ୍ବର ଭିତରେ ପଶି ଖୋଲା ଚେତାବନୀ ଦେଲେ ବ୍ଲକ୍ ଉପାଧ୍ୟକ୍ଷା l ବିଡ଼ିଓଙ୍କୁ ନୀତି ନୈତିକତାର ପାଠ ପଢାଇଲେ ବ୍ଲକ୍ ଉପାଧ୍ୟକ୍ଷା ପୂର୍ଣ୍ଣିମା ବାରିକ l ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକରେ l

ସୂଚନାଯୋଗ୍ୟ ଯେ, ବୈପାରୀଗୁଡା ସଦର ମହକୁମା ସ୍ଥିତ ଗୌଡ଼ ସାହିରେ ଅଙ୍ଗନଓ୍ବାଡୀ ଗୃହ ନାହିଁ l ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଙ୍ଗନଓ୍ବାଡୀର କୁନି ଛୁଆଙ୍କ ସହ ସାହିବାସିନ୍ଦା l ହେଲେ ବାରମ୍ବାର ଅଙ୍ଗନଓ୍ବାଡୀ ଗୃହ ନିର୍ମାଣ ପାଇଁ  ସ୍ଥାନୀୟ ୱାର୍ଡ ମେମ୍ବରଙ୍କଠାରୁ ଆରମ୍ଭ କରି ସମିତି ସଭ୍ୟା, ସରପଞ୍ଚ, ଉପାଧ୍ୟକ୍ଷାଘ୍ତ ସହ ସାହିବାସୀ ବିଡ଼ିଓଙ୍କୁ ଅଭିଯୋଗ କରିଥିଲେ l କିନ୍ତୁ ବିଡ଼ିଓ ଏଥିପ୍ରତି କୌଣସି ପଦକ୍ଷେପ ନେଲେ ନାହିଁ l ଯାହା ଫଳରେ ବ୍ଲକ ଉପାଧ୍ୟକ୍ଷା ନିଜ ସମର୍ଥିତଙ୍କ ସହ ବିଡ଼ିଓଙ୍କ ଚାମ୍ବର ଭିତରେ ପଶି ଜେଇଙ୍କ ଉପସ୍ଥିତିରେ ଅତିଶୀଘ୍ର ଗୌଡ଼ ସାହି ଅଙ୍ଗନଓ୍ବାଡୀ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ବ୍ଲକରେ ତାଲା ଝୁଲାଇବେ ବୋଲି ବ୍ଲକ ଉପାଧ୍ୟକ୍ଷା ପୂର୍ଣିମା ବାରିକ ଚେତାବନୀ ଦେଇଛନ୍ତି ।

   Related Posts