ଉଲୁଣ୍ଡା ବିଡିଓଙ୍କୁ ସରପଞ୍ଚଙ୍କ ସ୍ବାମୀ ମାଡ ମାରିଥିବା ଅଭିଯୋଗ
15/02/2020 at 8:15 AM

ସୁବର୍ଣ୍ଣପୁର ୧୫।୨: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବିଡ଼ିଓ ନିଳାମ୍ବର ମହାନନ୍ଦକୁ ଖେମାଲୋଏ ସରପଞ୍ଚଙ୍କ ସ୍ବାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ବିଡିଓଙ୍କ ଅଫିସ ସଭା ଗୃହରେ ସରପଞ୍ଚଙ୍କ ସ୍ବାମୀ ମନୋରଞ୍ଜନ ପ୍ରଧାନ ବିଡ଼ିଓଙ୍କୁ ଗଳିଗୁଲଜ କରିବା ସହିତ ମାଡ ମାରିଥିବା ବିଡ଼ିଓ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଶୁକ୍ରବାର ତାଙ୍କ ପଞ୍ଚାୟତର ଜଣେ ଜେଇଙ୍କ ବଦଳିକୁ ନେଇ ବିଡ଼ିଓ ଏବଂ ମନୋରଞ୍ଜନଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିବା ଅଭିଯୋଗ ହୋଇଛି । ଉଲୁଣ୍ଡା ପୋଲିସ ସଂପୃକ୍ତ ଯୁବକ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023