ଧାନ ବିଲରୁ ମିଳିଲା ମେଡିକାଲ କର୍ମଚାରୀଙ୍କ ମୃତଦେହ, ହତ୍ୟା କରାଯାଇଥିବା କହିଲେ ପରିବାର

Published By : Prameya-News7 Bureau | September 26, 2023 IST

ଭଦ୍ରକ ୨୬/୦୯: ଧାନ ବିଲରୁ ମିଳିଥିଲା ମେଡିକାଲ କର୍ମଚାରୀଙ୍କ ମୃତଦେହ । ଘର ଲୋକେ ଲୋକେ ଓ ଗ୍ରାମବାସୀଙ୍କର ଅଭିଯୋଗ ଥିଲା ଯେ ଏହା ହେଉଛି ହତ୍ୟାକାଣ୍ଡ । ପୋଲିସ ଘଟଣାରେ ଜଣକୁ ଗିରଫ କରିଥିବା ବେଳେ, ଏବେ ମଧ୍ୟ ଦୁଇ ଜଣ ଫେରାର ଅଛନ୍ତି । କିନ୍ତୁ ଏବେ ଏମିତି ଏକ ସିସିଟିଭି ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ମୃତ ମେଡିକାଲ କର୍ମଚାରୀଙ୍କୁ ଜଣେ ଯୁବକ ନିସ୍ତୁକ ମାଡ଼ ମାରୁଥିବା ଦେଖିବା ପାଇଁ ମିଳିଛି ।

wp:embed {"url":"https://www.prameyanews7.com/rail-line-closed-for-3-days-in-jaipur-of-koraput/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rail-line-closed-for-3-days-in-jaipur-of-koraput/
/wp:embed

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ଜରାନିବାସ ନିକଟରୁ ମେଡିକାଲ କର୍ମଚାରୀ ବସନ୍ତ ସାହୁଙ୍କ ମୃତଦେହ ୧୬ ତାରିଖ ଦିନ ଏକ ଧାନ ବିଲରୁ ମିଳିଥିଲା । ତେବେ ଘର ଲୋକେ ହତ୍ୟା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ଲିଙ୍ଗରାଜ ନାମକ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । କିନ୍ତୁ ଏବେ ବସନ୍ତଙ୍କ ମୃତ୍ୟ ପୂର୍ବ ରାତିରେ ଜଣେ ମହିଳା ଅସ୍ଥାୟୀ କର୍ମଚାରୀଙ୍କ ସ୍ୱାମୀ ଅଜିତ ସାହୁ ନିସ୍ତୁକ ମାଡ଼ ମାରୁଥିବା ନେଇ ସିସିଟିଭି ଫୁଟେଜ ଭାଇରାଲ ହେଉଛି ।

କିନ୍ତୁ ଏହି ଘଟଣା ପରେ ଅଜିତ ସାହୁ ଓ ତାଙ୍କ ସ୍ତ୍ରୀ ଫେରାର ଅଛନ୍ତି । ଭଦ୍ରକ ଏସପିଙ୍କୁ ଭେଟିଛନ୍ତି ମୃତକଙ୍କ ସ୍ତ୍ରୀ । ଶୀଘ୍ର ନ୍ୟାୟ ଦେବାପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ଧାମନଗର ଏସ୍‌ଡିପିଓ ଘଟଣାକୁ ନେଇ ମୁହଁ ଖୋଲୁ ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.