ଭିଜିଲାନ୍ସ ସ୍କାନରରେ ବିଡିଏର ବଡ ବାବୁ : ସ୍ବାମୀ-ସ୍ତ୍ରୀଙ୍କ ନାଁରେ ଏକାଧିକ ଘର ଓ ଦାମୀ ଜମି, ବ୍ୟାଙ୍କରେ ବିପୁଳ ଟଙ୍କା

Published By : Prameya-News7 Bureau | December 18, 2019 IST

ଭୁବନେଶ୍ବର ୧୮।୧୨: ଭିଜିଲାନ୍ସ ଜାଲରେ ପଡିଛନ୍ତି ବିଡିଏ ସେକ୍ସନ ଅଫିସର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ଭିଜିଲାନ୍ସ ଟିମ୍ ତାଙ୍କର ବିବିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରୁଛନ୍ତି ।

{"id":199202,"sizeSlug":"large"}

ଭୁବନେଶ୍ବର ବିଡିଏ କାର୍ଯ୍ୟାଳୟ, ଜିଜିପି କଲୋନୀ ସ୍ଥିତ ୩ ମହଲା ବିଶିଷ୍ଟ ଘର, ଝାରପଡା ସ୍ଥିତ ୩ ମହଲା ଘର, ଜଗତସିଂହପୁର ବିରିବାଟି ସ୍ଥିତ ପୈତୃକ ଘରେ ରେଡ୍ କରୁଛି କ୍ରାଇମବ୍ରଞ୍ଚ ଟିମ୍ ।

{"id":199203,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ୭ଟି ବ୍ୟାଙ୍କରେ ଥିବା ଆକାଉଣ୍ଟ ଠାବ ହୋଇଛି । ସେହି ଆକାଉଣ୍ଟ ଗୁଡିକରେ ଲକ୍ଷାଧିକ ଟଙ୍କା ଥିବା ଭିଜିଲାନ୍ସ ପାଖରେ ସୂଚନା ରହିଛି । ୟୁକୋ ବ୍ୟାଙ୍କରେ ଥିବା ଲକର ମଧ୍ୟ ଭିଜିଲାନ୍ସର ହସ୍ତଗତ ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ୍ ଜମି ତାଙ୍କ ନାଁରେ ଏବଂ  ତାଙ୍କ ପତ୍ନୀଙ୍କ ନାଁରେ ରହିଛି । ଭୁବନେଶ୍ବରର ୪ଟି ସ୍ଥାନରେ ରହିଛି ଘର । ତାଙ୍କ ଘରୁ କାର୍ ଏବଂ ବାଇକ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଉ କେଉଁ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ସେ ରଖିଛନ୍ତି ତାକୁ ନେଇ ଭିଜିଲାନ୍ସ ଟିମ୍ ଛାନଭିନ୍ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.