ଶ୍ରେୟସ-ଇଶାନ ସମେତ ୭ ଖେଳାଳିଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାହାର କଲା ବିସିସିଆଇ, ଦେଖନ୍ତୁ ସୂଚୀ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବୁଧବାର ୨୦୨୩-୨୪ ପାଇଁ ନୂଆ କଣ୍ଟ୍ରାକ୍ଟ ଲିଷ୍ଟ ଜାରି କରିଛି । ନୂଆ ବାର୍ଷିକ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ବ୍ୟାଟର ଶ୍ରେୟସ ଅୟର ଏବଂ ୱିକେଟକିପର ଇଶାନ କିଶାନଙ୍କୁ ସାମିଲ କରାଯାଇ ନାହିଁ । ଦୁଇ ଖେଳାଳି ରଣଜୀ ଟ୍ରଫି ଖେଳିବା ନିର୍ଦ୍ଦେଶକୁ ଅଣଦେଖା କରିଥିଲେ । ବିସିସିଆଇ ବୟାନରେ କହିଥିଲା ଯେ ଶ୍ରେୟସ ଏବଂ ଇଶାନଙ୍କ ନାଁକୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପାଇଁ ବିଚାର କରାଯିବ ନାହିଁ । ବୋର୍ଡ କହିଥିଲା ଯେ ରାଷ୍ଟ୍ରୀୟ ଟିମରେ ନଖେଳିବା ବେଳେ ଖେଳାଳିମାନେ ଘରୋଇ କ୍ରିକେଟକୁ ପ୍ରାଥମିକତା ଦେବେ ।

ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ଅୟର-ଇଶାନଙ୍କ ସହ ୭ ଜଣ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାହାର କରିଛି । ସ୍ପିନର ୟୁଜବେନ୍ଦ୍ର ଚହଲ, ବ୍ୟାଟର ଚେତେଶ୍ୱର ପୁଜାରା, ଶିଖର ଧାୱନ, ଉମେଶ ଯାଦବ, ଦୀପକ ହୁଡ୍ଡାଙ୍କୁ ମଧ୍ୟ ସୂଚୀରୁ ବାହାର କରିଛି । ଧାୱନଙ୍କୁ ଛାଡି ଏଥିରୁ ଚାରି ଜଣ ଖେଳାଳି ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ଗତ ବର୍ଷ ଖେଳିଥିଲେ । ଅନ୍ୟପଟେ ଅୟର ଚଳିତ ମାସରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଧାୱନ, ପୁଜାରା ଏବଂ ଉମେଶଙ୍କ ଟିମକୁ ଫେରିବା ସମ୍ଭାବନା କ୍ଷୀଣ ରହିଛି ।

ପଢନ୍ତୁ: ଇଶାନ ଏବଂ ଶ୍ରେୟସଙ୍କୁ ବଡ଼ ଝଟକା, କେନ୍ଦ୍ରୀୟ ଚୁକ୍ତିରୁ ଦୁହିଁଙ୍କୁ ବାହାର କଲା BCCI, ଦେଖନ୍ତୁ କେଉଁମାନେ ପାଇଲେ ସ୍ଥାନ

ବିସିସିଆଇ ନୂଆ କେନ୍ଦ୍ରୀୟ ଚୁକ୍ତିରେ ୩୦ ଖେଳାଳିଙ୍କୁ ଚାରୋଟି ବର୍ଗରେ କଣ୍ଟ୍ରାକ୍ଟ ଦେଇଛି । A+ କ୍ୟାଟେଗୋରିରେ ୭ କୋଟି, ଗ୍ରେଡ୍ Aରେ ୫, Bରେ ୩ ଏବଂ C କ୍ୟାଟେଗୋରିରେ ଥିବା ଖେଳାଳିଙ୍କୁ ବାର୍ଷିକ ୧ କୋଟି ଟଙ୍କା ମିଳିବ । ଏହି ସବୁ ବର୍ଗରେ ଖେଳାଳିଙ୍କୁ ସାମିଲ କରିବା ପାଇଁ କିଛି ନିୟମ ଅଛି । A+ରେ ତିନୋଟି ଯାକ ଫର୍ମାଟରେ ଟିମର ସଦସ୍ୟ ଥିବା ଖେଳାଳିଙ୍କୁ ସାମିଲ କରାଯାଇଥିଲା । ଓପନର ଯଶସ୍ୱୀ ଜୈସ୍ୱାଲ ଏବଂ ରିଙ୍କୁ ସିଂ ସମେତ ଅନେକ ଖେଳାଳିଙ୍କୁ ପ୍ରଥମ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.