ଟେଷ୍ଟ କ୍ରିକେଟର ପ୍ରଥମ ଇଂନିସରେ ୧୦ଟି ଓ୍ୱିକେଟ ନେଇଥିଲେ ଏହି ବୋଲର: ଜନ୍ମଦିନରେ ଟ୍ୱିଟ୍ କରି ଏହି ଖେଳାଳିଙ୍କୁ ଓ୍ୱିସ୍ କଲା BCCI

Published By : Prameya-News7 Bureau | October 17, 2021 IST

ନୂଆଦିଲ୍ଲୀ ୧୭/୧୦: ଆଜି ଭାରତର ମହାନ ଲେଗ୍ ସ୍ପିନର ତଥା ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନିଲ କୁମ୍ବଲେଙ୍କ ୫୧ ତମ ଜନ୍ମଦିନ । ଯିଏକି କ୍ରୀଡା ଜଗତରେ 'ଜମ୍ବୁ' ଭାବରେ ଜଣାଶୁଣା । ଏହି ଅବସରରେ ବିସିସିଆଇ କୁମ୍ବଲେଙ୍କୁ ଅଭିନନ୍ଦନ ଜଣାଇଛି । ପାକିସ୍ତାନ ବିପକ୍ଷ ଇନିଂସରେ ତାଙ୍କର ଐତିହାସିକ ୧୦ ୱିକେଟ୍ ମନ୍ତ୍ରର ଏକ ଭିଡିଓ ପୋଷ୍ଟ କରି ବୋର୍ଡ କୁମ୍ବଲେଙ୍କୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନନ୍ଦନ ଜଣାଇଛି ।

wp:html /wp:html

୧୯୯୯ ମସିହାରେ ଦିଲ୍ଲୀରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ପାକିସ୍ତାନର ଦ୍ୱିତୀୟ ଇନିଂସରେ କୁମ୍ବଲେ ଏହି ପ୍ରଦର୍ଶନ କରିଥିଲେ । ସୂଚନା ଥାଉକି, କୁମ୍ବଲେ ଦୁନିଆର ୧୦ ଟି ୱିକେଟ୍ ନେଇଥିବା ଦ୍ୱିତୀୟ ବୋଲର ହୋଇଥିଲେ ।

୧୯୫୬ ମସିହାରେ ପ୍ରଥମ ଥର ପାଇଁ ଇଂଲଣ୍ଡର ଅଫ୍ ବ୍ରେକ୍ ବୋଲର ଜିମ ଲେକର ଏହି କୀର୍ତ୍ତିମାନ ଅର୍ଜନ କରିଥିଲେ । ବିସିସିଆଇ ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରି ଲେଖିଛି, "୪୦୩ଟି ଆନ୍ତର୍ଜାତୀୟ ମ୍ୟାଚ୍, ୮୫୬ ଟି ଅନ୍ତର୍ଜାତୀୟ ୱିକେଟ୍ । ଟେଷ୍ଟର ଏକ ଇନିଂସରେ ୧୦ ଟି ୱିକେଟ୍ ନେବାରେ କେବଳ ଦ୍ୱିତୀୟ ବୋଲର । ଭାରତର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ।

wp:html /wp:html

ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ମଧ୍ୟ କୁମ୍ବଲେଙ୍କୁ ତାଙ୍କ ଜନ୍ମଦିନରେ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି । କୁମ୍ବଲେଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, "ଜମ୍ବୁ ନାଁ ଲେଖି, ଏବଂ ଅନୀଲ କୁମ୍ବଲେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆପଣ ଜଣେ ଚମତ୍କାର କ୍ରୀଡ଼ାବିତ୍, ମୋର ସିନିୟର ଏବଂ ଜଣେ ଚମତ୍କାର ମଣିଷ । ମୁଁ ଆଶାକରେ ଏହି ବର୍ଷ ତୁମେ ପାଇଁ ବହୁତ ଖୁସି ଏବଂ ସଫଳତା ଆଣିବ । ତୁମର ସ୍ୱାସ୍ଥ୍ୟ ସର୍ବଦା ଭଲ ହେଉ । ତୁମକୁ ବହୁତ ଭଲପାଇବା ଓ ଶୁଭେଚ୍ଛା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.