ମୁମ୍ୱାଇ ୨୪/୦୨: ଆକ୍ସନ ମୋଡରେ ବିସିସିଆଇ । ଆଗକୁ କିଛି ଖେଳାଳିଙ୍କ ବିରୋଧରେ ହେବାକୁ ଯାଉଛି ବଡ କାର୍ଯ୍ୟାନୁଷ୍ଠାନ । ଏହି ଖେଳାଳିମାନେ ହେଲେ ଇଶାନ କିଶନ, ଦୀପକ ଚହର, ଏବଂ ଶ୍ରେୟ ଆୟର । ରିପୋର୍ଟ ମୁତାବକ ଆଗକୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ୍ ପଡିପାରନ୍ତି । ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନକର୍ତ୍ତାମାନେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ପାଖାପାଖି ସରିଲାଣି । କୌଣସି ମୂହୁର୍ତ୍ତରେ ଏନେଇ ଘୋଷଣା ହୋଇପାରେ ।
ଯଦିଓ ଦୀପକ ଚହରଙ୍କ ପକ୍ଷରେ ଏହା ସ୍ପଷ୍ଟ ହୋଇନି । କିନ୍ତୁ ଇଶାନ କିଶନ ଓ ଶ୍ରେୟସ ଆୟର ବିରୋଧରେ କାର୍ଯ୍ୟାନୁଷ୍ଠାନ ପକ୍କା ବୋଲି ଏକରକମର ସ୍ପଷ୍ଟ ହୋଇଛି । କାରଣ ଏହି ଦୁଇ ଖେଳାଳି ଏବେ ଘରୋଇ କ୍ରିକେଟ ଖେଳୁନାହାଁନ୍ତି । ପୂର୍ବରୁ ବିସିସିଆଇ ସଚିବ ଜୟ ଶାହ ଟପ୍ ଖେଳାଳିଙ୍କୁ ଲେଟର ଲେଖି ସଫା ସଫା କହିଥିଲେ ବୋର୍ଡ ପାଇଁ ଘରୋଇ କ୍ରିକେଟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ତେବେ ଯଦି କୌଣସି ଖେଳାଳି ଆଇପିଏଲ୍କୁ ଗୁରୁତ୍ୱ ଦେଇ ଘରୋଇ କ୍ରିକେଟ ନଖେଳେ ତେବେ ସେମାନଙ୍କ ଏହା ଭଲ ହେବନି । ଏମିତିକି ପରିସ୍ଥିତି ଭଲ ନହୋଇପାରେ । ଏପରି ସ୍ଥିତିରେ ଇଶାନ କିଶ, ଦୀପକ ଚହର ଓ ଶ୍ରେୟସ ଆୟର ବିସିସିଆଇ ନିଷ୍ପତ୍ତିକୁ ଅଣଦେଖା କରୁଛନ୍ତି । କାରଣ ଇଶାନ କିଶନ ମାନସିକ ସ୍ଥିତି ଭଲ ନଥିବା ଦର୍ଶାଇ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାହାରିଯାଇଥିଲେ । ଏହା ପରେ ସେ ଏଯାଏଁ କୌଣସି ମ୍ୟାଚ୍ ଖେଳିନାହାଁନ୍ତି । ସେହିଭଳି ଶ୍ରେୟସ ଆୟର ବି ମୁମ୍ୱାଇ ପାଇଁ ରଣଜୀ ଟ୍ରଫି ଖେଳିନାହାଁନ୍ତି ।
wp:embed {"url":"https://www.prameyanews7.com/india-centrally-contracted-players-now-play-domestic-red-ball-cricket/","type":"wp-embed","providerNameSlug":"prameya-news-7"} /wp:embedଶ୍ରେୟସ ବଡୋଦ୍ରା ବିପକ୍ଷରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଖେଳିନଥିଲେ । ଶ୍ରେୟସ ଦଲିଲ୍ରେ କହିଥିଲେ କି ପିଠିରେ ଯନ୍ତ୍ରଣା ହେତୁ ସିଲେକ୍ସନ ଲିଷ୍ଟରେ ନଥିଲେ । କିନ୍ତୁ NCAର ଖେଳ ବିଜ୍ଞାନ ଏବଂ ଚିକିତ୍ସା ପ୍ରମୁଖ ନୀତିନ ପଟେଲ ଚୟନକର୍ତ୍ତାଙ୍କୁ ଇମେଲ କରି କହିଥିଲେ ଶ୍ରେୟସ ସଂପୂର୍ଣ୍ଣ ଫିଟ୍ । ଏଥିରୁ ସ୍ପଷ୍ଟ ଯେ, ଏମାନେ ବିସିସିଆଇ ନିଷ୍ପତ୍ତିକୁ ପୁରାପୁରି ଅଣଦେଖା କରୁଛନ୍ତି ।
you can also read....
wp:embed {"url":"https://www.prameyanews7.com/akash-deep-dream-debut-against-england-ranchi-ind-vs-eng-4th-test/","type":"wp-embed","providerNameSlug":"prameya-news-7"} /wp:embed