'ବିରାଟଙ୍କ ଉପରେ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ', ପ୍ରଭାବିତ ହୋଇପାରେ ଟେଷ୍ଟ ସିରିଜ୍ !

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭/୧୨: ବିରାଟ କୋହଲିଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଚିନ୍ତାରେ ପଡିଯାଇଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) । ଏହି ସଙ୍କଟର ମୁକାବିଲା ପାଇଁ ବିକଳ୍ପ ଉପରେ ଆଲୋଚନା କରାଯାଉଛି । ଏଥି ସହିତ, ବୋର୍ଡ ନିଶ୍ଚିତ କରିବ ଯେ ଅଫ୍ ଫିଲ୍ଡ ଡ୍ରାମା ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ଉପରେ ପ୍ରଭାବ ନପକାଉ ।

୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ତାଙ୍କୁ କେବେବି ଟି-୨୦ ଅଧିନାୟକ ଛାଡିବାକୁ ବାଧ୍ୟ କରାଯାଇନି । ତାଙ୍କ ବିବୃତ୍ତି ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଗଣମାଧ୍ୟମରେ ଦେଇଥିବା ବିବୃତ୍ତିର ସଂପୂର୍ଣ୍ଣ ବିପରୀତ ଥିଲା । ଗାଙ୍ଗୁଲି କହିଥିଲେ ଅତୀତରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି । ପରିସ୍ଥିତି ଏପରି ହୋଇଛି ଯେ ବୁଧବାର ଦିନ ଯାହା ଘଟିଛି ସେଥିରେ ବିସିସିଆଇ ଖୁସି ନାହିଁ ।

ତେବେ ଘଟଣାର ତୁରନ୍ତ ସମାଧାନ ପାଇଁ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ଦେବା ଅସୁବିଧା ପରିସ୍ଥିତି ସୃଷ୍ଟି କରିପାରେ । କୋହଲି ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିବାବେଳେ କୋଲକାତାରେ ବୋର୍ଡ ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ସାର୍ବଜନୀନ ବିବୃତ୍ତି ଦେବେ ନାହିଁ । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି, 'କୌଣସି ବିବୃତ୍ତି ନାହିଁ, ସାମ୍ବାଦିକ ସମ୍ମିଳନୀ ବି ହେବନି । ଆମେ ଏହାର ମୁକାବିଲା କରିବୁ, BCCI ଉପରେ ନିଷ୍ପତ୍ତି ଛାଡିଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.