ସେଣ୍ଟ୍ରାଲ ଚୁକ୍ତିକୁ ନେଇ ବିସିସିଆଇ କଠୋର; ୨ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଅଭ୍ୟାସ ଆରମ୍ଭ କଲେ ପାଣ୍ଡ୍ୟା

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ,୦୧/୦୩: ବିସିସିଆଇର କଠୋର କାର୍ଯ୍ୟାନୁଷ୍ଠାନ ପରେ କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳିଙ୍କ ମଧ୍ୟରେ ଭୟ ସଂଚାର ହୋଇଛି । ଗତ ଦିନିକିଆ ବିଶ୍ୱକପ୍‌ ଅଧାରୁ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ନାହାନ୍ତି । ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରେ ସ୍ଥାନ ଦେଇଥିଲେ ମଧ୍ୟ ହାର୍ଦ୍ଦିକ୍ ମନରେ ଭୟ ଖେଳିଯାଇଛି । ତେବେ ସେ ଇତି ମଧ୍ୟରେ ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି ।

ଏହାର  ଅର୍ଥ ହେଉଛି, ସେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁ  ନଥିଲେ ଘରୋଇ କ୍ରିକେଟ୍‌ ଖେଳିବା ଆବଶ୍ୟକ । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ,  ପାଣ୍ଡ୍ୟା ବିସିସିଆଇକୁ ପ୍ରତିଶ୍ରୁତି ଦେଇ କହିଛନ୍ତି , ଯେ ଯଦି ଅନ୍ତର୍ଜାତୀୟ ମ୍ୟାଚ୍‌ ନଥାଏ ତେବେ  ଘରୋଇ ଦିନିକିଆ କ୍ରିକେଟ୍‌ ଖେଳିବି ।’  ଆୟର ଓ କିଷନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଇରର୍ଫାନ ପଠାନ ଅଲରାଉଣ୍ଡର  ପାଣ୍ଡ୍ୟାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

wp:embed {"url":"https://www.prameyanews7.com/paytm-payments-bank-to-discontinue-inter-company-pacts-to-reduce-dependencies/","type":"wp-embed","providerNameSlug":"prameya-news-7"}
https://www.prameyanews7.com/paytm-payments-bank-to-discontinue-inter-company-pacts-to-reduce-dependencies/
/wp:embed

ବ୍ୟାଟର ଶ୍ରେୟାସ  ଆୟର ଓ ୱିକେଟ୍‌କିପର  ବ୍ୟାଟର ଈଶାନ କିଷନଙ୍କୁ  ସମର୍ଥନ ଜଣାଇଛନ୍ତି ପୂର୍ବତନ  ଅଲରାଉଣ୍ଡର ଇରଫାନ  ପଠାନ । ସୋସିଆଲ ମିଡିଆ  ଏକ୍ସରେ ସେ ଲେଖିଛନ୍ତି,  ‘ଆୟର ଓ କିଷନ ପ୍ରତିଭାବାନ  ଖେଳାଳି । ସେମାନେ ପୁଣି  ଫେରିବେ । ଯଦି ହାର୍ଦ୍ଦିକ  ପାଣ୍ଡ୍ୟାଙ୍କ ଭଳି ଖେଳାଳି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବାକୁ ଚାହୁଁ ନାହାନ୍ତି, ତେବେ ସେମାନେ ଜାତୀୟ ଦଳରୁ ଦୂରେଇ ରହି ଘରୋଇ  ଦିନିକିଆ କ୍ରିକେଟ୍‌ ଖେଳିବେ ତ ? ଯଦି ସମସ୍ତଙ୍କ ପାଇଁ ନୀତି ସମାନ  ନହେବ, ତେବେ ଭାରତୀୟ କ୍ରିକେଟ୍‌ ଆଶାନୁରୂପ ଫଳ ପାଇ ପାରିବ ନାହିଁ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.