Byju’sର ବଢିବ ଅଡୁଆ ! ୧୬୦ କୋଟି ବକେୟା ମାମଲାରେ NCLTରେ ଯାଚିକା ଦାଖଲ କଲା ବିସିସିଆଇ

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ଏଡୁଟେକ୍ କମ୍ପାନି ବାଇଜୁସ୍ ପୁଣି ଥରେ ବଡ଼ ଅଡୁଆରେ ଫସିଛି । ନୂଆ ମାମଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ସହ ଜଡ଼ିତ ରହିଛି । ବାଇଜୁସ୍ ବିରୋଧରେ ବିସିସିଆଇ ଏନସିଏଲଟିରେ ଦେବାଳିଆ ଯାଚିକା ଦାଖଲ କରିଛି । ବିସିସିଆଇ ଏହି ମାମଲା ଏନସିଏଲଟି ବେଙ୍ଗାଲୁରୁରେ ସେପ୍ଟେମ୍ୱର ୮ରେ ଦାଖଲ କରିଛି ।

ଏନସିଏଲଟି ୱେବସାଇଟ୍ ଅନୁସାରେ, ସେପ୍ଟେମ୍ୱର ୮ରେ ଇନ୍ସୋଲଭେନ୍ସି ଆଣ୍ଡ ବ୍ୟାଙ୍କରସ୍ପି କୋଡ୍ ୨୦୧୬ ଅଧିନରେ ବିସିସିଆଇ ଏହି ଯାଚିକା ଦାଖଲ କରିଛି । ଏହି ମାମଲାରେ ବାଇଜୁସର ଜଣେ ମୁଖପାତ୍ର କହିଛନ୍ତି ଯେ କମ୍ପାନି ଏହି ମାମଲାର ସମାଧାନ ପାଇଁ ବିସିସିଆଇ ସହ ଆଲୋଚନା କରୁଛି ଓ ଶୀଘ୍ର ଏହାର ସମାଧାନ ନେଇ ଆଶା ରହିଛି ।

ପଢନ୍ତୁ: ଯାଞ୍ଚ ହେବ ବାୟଜୁର ଆକାଉଣ୍ଟ, ସରକାରଙ୍କ ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ ଯେ ବାୟଜୁଜ୍ ୨୦୧୯ରେ ଚଳିତ ବର୍ଷ ଜାନୁଆରୀ ଏକ ଯାଏ ଟିମ୍ ଇଣ୍ଡିଆ ଜର୍ସିର ମୁଖ୍ୟ ପ୍ରାୟୋଜକ ଥିଲା । ଚଳିତ ବର୍ଷ ବାଇଜୁସ୍ ଚୁକ୍ତିରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହି ଅବଧି ଯାଏ ବାଇଜୁସ୍ ପକ୍ଷରୁ ସମସ୍ତ ଟଙ୍କା ପୈଠ କରାଯାଇଥିଲା । ତେବେ ନୂଆ ପ୍ରାୟୋଜକ ମିଳିବା ପର୍ଯ୍ୟନ୍ତ ଏହି ଚୁକ୍ତି ଜାରି ରଖିବାକୁ ବିସିସିଆଇ କହିଥିଲା । ଆର୍ଥିକ ଚାପ ଯୋଗୁଁ ବାଇଜୁସ୍ ଚୁକ୍ତିରୁ ଓହରିବା ପାଇଁ ଚାହୁଁଥିଲା । କିନ୍ତୁ ବିସିସିଆଇ ଆଉ କିଛି ସମୟ ପାଇଁ ରାଜି କରାଇଥିଲା । ସୂତ୍ର ଅନୁସାରେ ଏହି ଅବଧିର ୧୬୦ କୋଟି ଟଙ୍କା ବକେୟା ସହ ଏହି ବିବାଦ ଜଡିତ । ତେବେ ବାଇଜୁସ୍ ଏହି ମାମଲାକୁ ସଦଭାବପୂର୍ଣ୍ଣ ସହ ସମାଧାନ କରିବାକୁ ଚାହୁଁଥିବା ବିସିସିଆଇକୁ ଜଣାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.