ଭାରତରେ ଖେଳାଯିବ ନାହିଁ କୌଣସି କ୍ରିକେଟ୍ ମ୍ୟାଚ୍, ବିସିସିଆଇ ନେଲା ବଡ ନିଷ୍ପତ୍ତି

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୦୩: କରୋନା ଭୂତାଣୁ କାରଣରୁ କ୍ରୀଡାଜଗତ ପ୍ରଭାବିତ ହୋଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଶୃଙ୍ଖଳା ବାତିଲ୍ ହେବା, ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣର ଆୟୋଜନ ଉପରେ ଅନିଶ୍ଚିତତାର ବାଦଲ ଲାଗି ରହିବା ପରେ ଏବେ ବିସିସିଆଇ ଆଉ ଏକ ବଡ ନିଷ୍ପତ୍ତି ନେଇଛି। ଶନିବାର ବିସିସିଆଇ ଭାରତରେ ହେବାକୁ ଥିବା ସମସ୍ତ ଘରୋଇ ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି। କରୋନା କାରଣରୁ ଚଳିତ ମାସରେ ହେବାକୁ ଥିବା ଅନେକ ମହତ୍ଵପୂର୍ଣ୍ଣ ଟୂର୍ଣ୍ଣାମେଣ୍ଟକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଏହି ସବୁ ଟୂର୍ଣ୍ଣାମେଣ୍ଟ ହେଲା ସ୍ଥଗିତ

ବିସିସିଆଇ କୋଭିଡ୍-୧୯ ମହାମାରୀ କାରଣରୁ ଅବଶିଷ୍ଟ ଭାରତ ଓ ରଣଜୀ ଚମ୍ପିଆନ ସୌରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଇରାନୀ କପ ସହିତ ନିଜର ସମସ୍ତ ଘରୋଇ ଟୂର୍ଣ୍ଣାମେଣ୍ଟକୁ ରଦ୍ଦ କରିଛି। ବିସିସିଆଇ ସଚିବ ଜୟ ଶାହାଙ୍କ ହସ୍ତାକ୍ଷର ଥିବା ବୟାନରେ ବୋର୍ଡ କହିଛି ଯେ, ଯେଉଁ ଟୂର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି ସେଥିରେ ଇରାନୀ କପ, ସିନିୟର ମହିଳା ଦିବାରାତ୍ର ନକ୍ଆଉଟ୍, ଭିଜ୍ଜି ଟ୍ରଫି, ସିନିୟର ମହିଳା ଓ୍ଵାନେଡ ଚ୍ୟାଲେଞ୍ଜର, ମହିଳା ଅଣ୍ଡର-୧୯ ନକ୍‌ଆଉଟ୍, ମହିଳା ଅଣ୍ଡର ୧୯ ଟି-୨୦ ଲିଗ୍, ସୁପର ଲିଗ୍ ଓ ନକଆଉଟ୍, ମହିଳା ଅଣ୍ଡର-୧୯ ଟି ୨୦ ଚ୍ୟାଲେଞ୍ଜର ଟ୍ରଫି, ମହିଳା ଅଣ୍ଡର ୨୩ ନକ୍‌ଆଉଟ୍, ମହିଳା ଅଣ୍ଡର ୨୩ ଓ୍ଵାନଡେ ଚ୍ୟାଲେଞ୍ଜର ସାମିଲ।

{"id":238497,"width":740,"height":555,"sizeSlug":"large"}

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ମଧ୍ୟ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ଟୂର୍ଣ୍ଣାମେଣ୍ଟର ବାତିଲ ହେବାର ସମ୍ଭାବନା ଅଧିକ ରହିଛି। ଶନିବାର ହୋଇଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ କିଛି ଏମିତି ସଙ୍କେତ ମିଳିଛି। କିଙ୍ଗ୍ସ ଇଲେଭେନ ପଞ୍ଜାବର ସହ ମାଲିକ ନେସ୍ ଓ୍ଵାଡିଆ କହିଛନ୍ତି ଯେ, କାହାରିକୁ ମଧ୍ୟ ଜଣା ନାହିଁ ଯେ, ଆଇପିଏଲର ଆୟୋଜନ କେବେ ହେବ।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁରେ ସମଗ୍ର ବିଶ୍ଵରେ ୫୦୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢି ୮୮ ହେଲାଣି। ଦିନକୁ ଦିନ ଦେଶରେ କରୋନା ବ୍ୟାପିବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.