ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିରାଟ କୋହଲି ଦିନିକିଆ ସିରିଜ ଖେଳିବେ କି ନାହିଁ? ବ୍ରେକ୍‌ ନେବାକୁ ଚାହୁଁଛନ୍ତି କି ରନ୍‌ ମେସିନ୍‌? ବୟାନ ଜାରିକଲା ବିସିସିଆଇ

14/12/2021 at 6:00 PM

ନୂଆଦିଲ୍ଲୀ ୧୪/୧୨ : ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟିମ ଇଣ୍ଡିଆରେ ଲାଗିରହିଛି ହାଇଡ୍ରାମା । ଦିନିକିଆରେ ରୋହିତ ଶର୍ମା ଅଧିନାୟକ ହେବାପରେ ବିରାଟ କୋହଲି ଖପ୍ପା । ଏବେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବିରାଟ କୋହଲି ଖେଳିବେ କି ନାହିଁ ? ଏହାକୁ ନେଇ ଲଗାତାର ଭାବେ ବିବାଦ ଲାଗିରହିଛି । ଏକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ବିରାଟ କୋହଲି କିଛିଦିନ ପାଇଁ ବ୍ରେକ୍‌ ମାଗିଛନ୍ତି । କିଛିଦିନ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ବିସିସିଆଇକୁ କହିଛନ୍ତି କୋହଲି ।

କୋହଲିଙ୍କ ଏଭଳି ନିଷ୍ପତ୍ତିର ସତ୍ୟାସତ୍ୟକୁ ନେଇ ବୟାନ ଜାରିକରିଛି ବିସିସିଆଇ । BCCI କହିବା କଥା ଯେ, ‘ଦିନିକିଆ ସିରିଜ୍‌ରୁ ବ୍ରେକ୍‌ ନେବାପାଇଁ ବିରାଟ କୋହଲିଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲ ଆବେଦନ ଆସିନାହିଁ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କିମ୍ବା ଜୟ ଶାହା କାହାକୁ ମଧ୍ୟ ଏ ନେଇ କୌଣସି ସୂଚନା ମିଳିନାହିଁ । ପରେ ଯଦି ଆହତ ସମସ୍ୟା ନେଇ କୌଣସି ସୂଚନା ମିଳେ ତେବେ ତାହାକୁ ପରେ ଦେଖାଯିବ’ ।

ବିସିସିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରେ ବିରାଟ କୋହଲି ଖେଳିବେ । ଡିସେମ୍ବର ୨୬ ତାରିଖରୁ ସାଇଥ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଏଥିରେ ବିରାଟ କୋହଲି ହିଁ ଦଳର ଅଧିନାୟକ ଭାର ସମ୍ଭାଳିବେ । ଟେଷ୍ଟ ସିରିଜ୍‌ ଶେଷ ହେବାପରେ ଜାନୁୟାରୀ ୧୯ ତାରିଖରୁ ୩ଟିକିଆ ଦିନିକିଆ ମ୍ୟାଚ ଖେଳାଯିବ ।

ରିପୋର୍ଟ ଅନୁଯାୟୀ, ଜାନୁୟାରୀ ୧୧ ତାରିଖରେ ବିରାଟ କୋହଲିଙ୍କ ଝିଅ ବାମିକାର ଜନ୍ମଦିନ ଅଛି । ତେଣୁ ସେ ପରିବାର ସହ ରହିବାକୁ ଚାହୁଁଛନ୍ତି । ସେତେବେଳେ କୋହଲି ତୃତୀୟ ଟେଷ୍ଟ ଖେଳୁଥିଲେ । କିନ୍ତୁ ଟେଷ୍ଟ ପରେ ସେ ପରିବାର ସହ ରହିବାକୁ ଚାହୁଁଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ତେବେ ଏହାର ସତ୍ୟାସତ୍ୟ କେତେ ତାହା ସ୍ପଷ୍ଟ ହୋଇନଥିବା ବେଳେ କୋହଲିଙ୍କ ପକ୍ଷରୁ ଅଧିକାରିକ ଭାବେ ଏ ନେଇ କୌଣସି ତଥ୍ୟ ଦିଆଯାଇନଥିଲା । ଖାସ କଥା ହେଉଛି ଜାନୁୟାରୀ ୧୧ ତାରିଖରେ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ କୋହଲିଙ୍କର ୧୦୦ତମ ଟେଷ୍ଟ ହେବ । ତେଣୁ ଏହି ମ୍ୟାଚ କୋହଲିଙ୍କ ପାଇଁ ବେଶ ମହତ୍ତ୍ବ ରଖୁଛି ।

   Related Posts