BCCI ଦେଖାଇଲେ ନ୍ୟାସନାଲ କ୍ରିକେଟ୍ ଆକାଡେମୀର ଝଲକ, ଜାଣନ୍ତୁ ରହିଛି କଣ ସବୁ ସୁବିଧା

Published By : Prameya-News7 Bureau | September 29, 2024 IST

ବେଙ୍ଗାଲୁରୁ ୨୯।୯: ନୂଆ ନ୍ୟାସନାଲ କ୍ରିକେଟ ଆକାଡେମୀ (ଏନସିଏ)ର ନିର୍ମାଣ ଶେଷ ହୋଇଛି। ବିସିସିଆଇ ଏବେ ଏହାକୁ ଉଦଘାଟନ କରି ଏହାର ଭିତରର ଝଲକ ଦେଖାଇଛି, ଏଥିରେ ଅନେକ ପ୍ରାକ୍ଟିସ୍ ପିଚ୍ ସହିତ ସବୁ ପଡ଼ିଆ ଦେଖି ହେଉଛି। ୪୦ ଏକର ଜମି ଉପରେ ନିର୍ମିତ ଏନସିଏର ନାମ ବଦଳାଇ ବିସିସିଆଇ ସେଣ୍ଟର ଅଫ ଏକ୍ସେଲେନ୍ସ ରଖାଯାଇଛି। ଯେଉଁଠି ମୋଟ ୩ଟି ପଡିଆ ସହିତ ୮୬ଟି ପିଚ୍ ତିଆରି କରାଯାଇଛି। 

ଏହି ନୂଆ ସେଣ୍ଟର ଅଫ ଏକ୍ସଲେନ୍ସରେ ଉଭୟ ଇଣ୍ଡୋର ଓ ଆଉଟଡୋର ପ୍ରାକ୍ଟିସ୍ ସୁବିଧା ରହିଛି। ୮୬ଟି ମଧ୍ୟରୁ ୪୫ଟି ପିଚ୍ ଆଉଟଡୋର ପ୍ରାକ୍ଟିସ୍ ପାଇଁ, ଏଥିରେ ବ୍ରିଟେନରୁ ସେଫ୍ଟି ନେଟ୍ ମଗାଇ ଲଗାଯାଇଛି। ଏଥିରେ ଅଷ୍ଟ୍ରେଲିୟା, ଇଂଲଣ୍ଡ ଓ ସାଉଥ ଆଫ୍ରିକା ଭଳି କଣ୍ଡିସନର ପ୍ରସ୍ତୁତି କରାଯାଇ ପାରିବ। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସରେ ଥିବା ୩ଟି ମୈଦାନକୁ ଇଂଲିସ୍ କାଉଣ୍ଟି ଗ୍ରାଉଣ୍ଡ ଭଳି ତିଆରି କରାଯାଇଛି। ଯେଉଁଥିରେ ହ୍ୱାଇଟ୍ ପିକେଟ ଫେନସିଂ କରାଯାଇଛି। 

ନୂଆ ଏନସିଏରେ ରିହାବିଲେସନ ଲାଗି ସ୍ପୋର୍ଟସ୍, ସାଇନ୍ସ ଓ ମେଡିସିନର ଫ୍ୟାସେଲିଟି ଦିଆଯାଇଛି। ଏଣୁ ଏଠାକୁ ଅଲିମ୍ପିୟାନ ମଧ୍ୟ ଆସି ପ୍ରସ୍ତୁତି କରିପାରିବେ। ଏଠାରେ ବିଶ୍ୱସ୍ତରୀୟ ସୁବିଧା ସହିତ ଜିମ୍, ୪ଟି ଆଥଲେଟିକ୍ ଟ୍ରାକ୍ ଓ ହାଇକ୍ୱାଲିଟି ମୋଣ୍ଡେ ରବର ଫ୍ଲୋରିଂ ରହିଛି। ଖେଳାଳିମାନଙ୍କ ପ୍ରସ୍ତୁତିକୁ ଡାଟା ମାଧ୍ୟମରେ ମନିଟର କରିବା ଲାଗି ଅନେକ ସ୍ଥାନରେ କ୍ୟାମେରା ଲଗାଯାଇଛି। ଏହା ଛଡା ଡ୍ରେସିଂ ରୁମ, ଜକୁଜି, ଲାଉଞ୍ଜ, ମସାଜ ରୁମ, କିଟ୍ ରୁମ ଓ ରେଷ୍ଟରୁମ ସହିତ ଅନ୍ୟ ଅନେକ ସୁବିଧା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.