Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବିଶ୍ୱକପ୍‌ରେ ପରାଜୟ ପରେ ଟିମ୍ ଇଣ୍ଡିଆର ଚୟନ କମିଟି ଭାଙ୍ଗିଲା ବିସିସିଆଇ: ମୁଖ୍ୟ ପଦରୁ ହଟିଲେ ଚେତନ ଶର୍ମା

18/11/2022 at 10:02 PM

ମୁମ୍ବାଇ: ଯାହା କଳ୍ପନା କରାଯାଇଥିଲା ତାହା ହେଲା। ଟିମ୍‌ ଇଣ୍ଡିଆର ଚୟନ କମିଟି ଭାଙ୍ଗିଲା ବିସିସିଆଇ। ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଗଠନ କରାଯାଇଥିଲା।  ଟି-୨୦ ବିଶ୍ୱକପ୍‌ ୨୦୨୨ରେ ପରାଜୟ ପରେ ବିସିସିଆଇ ଏହି କମିଟିକୁ ଭାଙ୍ଗି ଦେଇଛି। ଚେତନ ଶର୍ମାଙ୍କ ନେତୃତ୍ୱାଧିନ ଏହି ଟିମ୍‌ରେ ଅନ୍ୟ ସଦସ୍ୟମାନେ ହେଲେ ହରଭିନ୍ଦର ସିଂହ, ସୁନୀଲ ଯୋଶୀ ଓ ଦେବାଶିଷ ମହାନ୍ତି।

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଥିଲେ ଚେତନ ଶର୍ମା। ଏହି ଦଳର ପାଣ୍ଡ୍ୟା ଅଧିନାୟକ ହୋଇଛନ୍ତି। ତେବେ ଉଭୟ ଦଳ ମଧ୍ୟରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ବର୍ଷା ଯୋଗୁ ପ୍ରଥମ ମ୍ୟାଚ ବାତିଲ ହୋଇଛି।

୨୦୨୦ରେ ଅକ୍ଟୋବର ସୁନୀଲ ଜୋଶୀଙ୍କ ସ୍ଥାନରେ ଚୟନ କମିଟି ମୁଖ୍ୟ ଦାୟିତ୍ୱ ସମ୍ଭାଳିଥିଲେ ଚେତନ ଶର୍ମା। ତାଙ୍କ କାର୍ଯ୍ୟକାଳରେ ଭାରତ  ଅନେକ ଦ୍ୱିପାଖିକ ସିରିଜ୍ ଜିତିଥିଲେ ବି ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ପାଇପାରି ନଥିଲା।

ବିସିସିଆଇ ଚୟନ କମିଟି ଭାଙ୍ଗିବା ସହିତ ନୂଆ ଟିମ୍ ପାଇଁ ଆବେଦନ ଆହ୍ୱାନ କରିଛି। ଜାତୀୟ ପୁରୁଷ ଟିମ୍ ପାଇଁ ଚୟନ କମିଟି ଆପ୍ଲିକେସନ ଆବେଦନ କରିଛି ବିସିସିଆଇ। ଆବେଦକଙ୍କ ପାଇଁ କିଛି ଯୋଗ୍ୟତା ମାଧ୍ୟ ରଖାଯାଇଛି।

ସେଗୁଡ଼ିକ ହେଲା- ଆବେଦକ ଅତି କମ୍‌ରେ ୭ ଟେଷ୍ଟ ମ୍ୟାଚ୍ ଖେଳିଥିବେ। ୩୦ ଫାଷ୍ଟକ୍ଲାସ୍ ମ୍ୟାଚ୍ ଓ ୧୦ ଦିନିକିଆ, ୨୦ ଫାଷ୍ଟକ୍ଲାସ୍‌ ମ୍ୟାଚ୍ ଆଦି ଖେଳିଥିବା ଦରକାର। ତା ସହିତ ଆବେଦକ ଅତି କମ୍‌ରେ ୫ ବର୍ଷ ହେଲା ଖେଳରୁ ଅବସର ନେଇଥିବା ଦରକାର ବୋଲି ବିସିସିଆଇ ଆବେଦକଙ୍କ ପାଇଁ କ୍ରାଇଟ୍ ଏରିଆ ରଖିଛି। ଆବେଦନ ପାଇଁ ଶେଷ ତାରିଖ ୨୦୨୨ ନଭେମ୍ବର ୨୮ ଅର୍ଥାତ ୧୮୦୦ ଘଣ୍ଟା ରଖାଯାଇଛି।

ସୂଚନା ଥାଉକି ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ସେଠାରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ଏହାପରେ ସେଠାରୁ ପୁଣି ବାଂଲାଦେଶ ଗସ୍ତ କରିବେ ମ୍ୟାନ୍ ଇନ୍ ବ୍ଲୁ।

   Related Posts