ଆଶିଷ ନେହେରାଙ୍କୁ BCCIର ବଡ଼ ଅଫର, ଜାଣନ୍ତୁ କ’ଣ କହିଲେ ଭାରତୀୟ ଦଳର ଏହି ପୂର୍ବତନ ବୋଲର..

Published By : Prameya-News7 Bureau | November 29, 2023 IST

ମୁମ୍ବାଇ ୨୯।୧୧ : ଆଶିଷ ନେହେରାଙ୍କୁ ବିସିସିଆଇର ବଡ଼ ଅଫର । ଭାରତୀୟ ଦଳରେ ଟି-୨୦ ଟିମ୍‌ର କୋଚ ହେବାକୁ ଅଫର ଦେଇଥିଲା ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଅଫରର କଣ ରିଆକ୍ସନ ଦେଇଛନ୍ତି ଆଶିଷ ନେହେରା ।

wp:embed {"url":"https://www.prameyanews7.com/virat-kohli-injured-pic-viral-on-social-media/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-injured-pic-viral-on-social-media/
/wp:embed

ଖବର ଅନୁଯାୟୀ, ଭାରତୀୟ କ୍ରିକେଟ୍‌ ବୋର୍ଡ ଏବେ ଖେଳାଳି ଏବଂ କୋଚଙ୍କ ଠାରୁ ଅଧିକ ଭାର କମାଇବାକୁ ଚାହୁଁଛନ୍ତି । ଯେଉଁଥି ପାଇଁ ତିନୋଟି ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ କରିବାକୁ ଚିନ୍ତା କରୁଛି । ଏହାସହ ପ୍ରତ୍ୟେକ ଫର୍ମାଟ ପାଇଁ ଭିନ୍ନ ଭିନ୍ନ କୋଚ ମଧ୍ୟ ଭାବୁଛି ବୋର୍ଡ । ଯାହାକୁ ନେଇ ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ଟି-୨୦ ଦଳର କୋଚ ହେବାକୁ ଅଫର ଦେଇଥିଲା । କିନ୍ତୁ ଏହି ଅଫରକୁ ଆଶିଷ ନେହେରା ମନା କରିଦେଇଛନ୍ତି । ଆଶିଷ ନେହେରା କୋଚ ପଦ ପାଇଁ ଆଗ୍ରହୀ ନହେବା ପଛର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଏପିରିକି ବୋର୍ଡ ଓ ଆଶିଷ ନେହେରାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କେବଳ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

wp:embed {"url":"https://www.prameyanews7.com/martin-guptill-reaction-on-ms-dhonis-run-out/","type":"wp-embed","providerNameSlug":"prameya-news-7"}
https://www.prameyanews7.com/martin-guptill-reaction-on-ms-dhonis-run-out/
/wp:embed

ସେହିପରି ରାହୁଲ ଦ୍ରାବିଡ୍‌ଙ୍କୁ ମଧ୍ୟ ଅଫର ଦେଇଛି ବିସିସିଆଇ । କୋଚ ପଦବୀର ସମୟସୀମା ସରିଯାଉଥିବା ବେଳେ ଏହାକୁ ଆହୁରି ବଢାଇବା ପାଇଁ ବିସିସିଆଇ ପୁଣି ଥରେ ଅଫର ଦେଇଛି । ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ୍‌ ଯାଏଁ କୋଚ ପଦରେ ରହିବାକୁ ବିସିସିଆଇ ରାହୁଲ୍‌ ଦ୍ରାବିଡଙ୍କୁ କହିଛି । କିନ୍ତୁ ଏବେ ଯାଏଁ ଦ୍ରାବିଡଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ବୋର୍ଡକୁ ଦିଆଯାଇନାହିଁ। ଏପିରିକି ପୂର୍ବରୁ ମଧ୍ୟ ଦ୍ରାବିଡଙ୍କୁ କୋଚ୍‌ ପଦରେ ରହିବାକୁ ବୋର୍ଡ କହିଥିଲା । କିନ୍ତୁ ସେତେବେଳେ ଦ୍ରାବିଡ ମନା କରିଦେଇନଥିଲେ। ୨୦୨୩ ଦିନିକିଆ ବିଶ୍ୱକପ ଯାଏଁ ରାହୁଲ୍‌ ଦ୍ରାବିଡଙ୍କ କୋଚ ପଦର ସମୟସୀମା ରହିଥିଲା । ଇତିମଧ୍ୟରେ ବିଶ୍ୱକପ୍‌ ୨୦୨୩ ମଧ୍ୟ ଶେଷ ହୋଇଛି । ଆଉ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ମଧ୍ୟ ହୋଇଛି । ତେଣୁ କୋଚ ପଦର କିଏ ରହିବ ? ତାକୁ ନେଇ ଏବେଠୁ ଚର୍ଚ୍ଚା ଜୋର ଧରିଛି ।

wp:embed {"url":"https://www.prameyanews7.com/randeep-hooda-lin-laishram-took-blessings-in-the-famous-temple/","type":"wp-embed","providerNameSlug":"prameya-news-7"}
https://www.prameyanews7.com/randeep-hooda-lin-laishram-took-blessings-in-the-famous-temple/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.